ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ କହିଲେ ଗଜପତି ମହାରାଜା। ରତ୍ନଭଣ୍ଡାର ଦେଖି ଫେରିଲା ପରେ ଗଜପତି ମହାରାଜାଙ୍କ ପ୍ରତିକ୍ରିୟା । ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଆଗ ମରାମତି କରାଯିବ। ମରାମତି କାର୍ଯ୍ୟ ଶେଷ ହେଲା ପରେ ଅଳଙ୍କାର ଗଣତି, ମଣତି ହେବ। ତଦାରଖ କମିଟି ଓ ପରିଚାଳନା କମିଟି ଉପସ୍ଥିତିରେ ଗଣତି, ମଣତି ହେବ। ମରାମତି ସଂପୂର୍ଣ୍ଣ ନସରିବା ଯାଏ ଗଣତି, ମଣତି କରାଯିବନି।

ମରାମତି ବେଳେ ନୀତିକାନ୍ତି ଓ ଦର୍ଶନ ଉଭୟ ପ୍ରଭାବିତ ନହେବା ଉପରେ ଗୁରୁତ୍ବ ଦେଇଛନ୍ତି। ଏ ସଂପର୍କରେ ଅନୁଧ୍ୟାନ କରି ମୁଖ୍ୟ ପ୍ରଶାସକ ମରାମତି ସମୟ ନିର୍ଦ୍ଧାରଣ କରିବେ। ମୁଖ୍ୟ ପ୍ରଶାସକଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟରେ ଏଏସ୍‌ଆଇ ମରାମତି କରିବ। ଭିତରେ ଆଉ କିଛି ନାହିଁ ବୋଲି ସ୍ପଷ୍ଟ ହେଲା ପରେ ଏଏସ୍‌ଆଇକୁ ହସ୍ତାନ୍ତର କରାଯିବ। ବାହାର ଏବଂ ଭିତର ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ। କେବେ ମରାମତି ହୋଇଥିଲା, କେହି ଜାଣିନାହାନ୍ତି। ୧୯୭୧ରୁ ଏଏସ୍‌ଆଇ ଦାୟିତ୍ବ ନେବା ପରେ ଆଦୌ ମରାମତି ହୋଇନି ବୋଲି କହିଲେ ଗଜପତି ମହାରାଜା।

ଅପରପକ୍ଷରେ ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଥିବା ଉପରେ ହୋଇଥିବା ଆଲୋଚନା ନେଇ ପ୍ରତିକ୍ରିୟା ରଖିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସୁଡ଼ଙ୍ଗ ବା ଗୁପ୍ତ ଦ୍ବାର କିଛି ଅଛି କି ନାହିଁ ଏଏସ୍‌ଆଇ ଅନୁଧ୍ୟାନ କରିବ। ଏଏସ୍‌ଆଇ ଲେଜର ସ୍କାନିଂ କରି ସୁଡ଼ଙ୍ଗ ଅଛି କି ନାହିଁ ଦେଖିବ। ରତ୍ନଭଣ୍ଡାର ସଂପୂର୍ଣ୍ଣ ଖାଲି ହେଲା ପରେ ଲେଜର ସ୍କାନିଂ କରାଯିବ।

Leave a Reply

Your email address will not be published. Required fields are marked *