ନଭେମ୍ବର ମାସରୁ ଆରମ୍ଭ ହେବ ପିଏମ୍‌ ଆବାସ ଗୃହ ବଣ୍ଟନ ପ୍ରକ୍ରିୟା । ଆଜି ଏନେଇ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାୟକ । ସେ କହିଛନ୍ତି ଘର ନଥିବା ଲୋକଙ୍କୁ ରାଜ୍ୟ ସରକାର ଅନ୍ତ୍ୟୋଦୟ ଯୋଜନାରେ ପକ୍କା ଘର ଯୋଗାଇ ଦେବେ ସରକାର । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଅନ୍ତଦ୍ୟୋୟ ଯୋଜନାରେ ହିତାଧିକାରୀଙ୍କୁ ଗୃହ ବଣ୍ଟାଯିବ । ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ଘର ପାଇବେ ହିତାଧିକାରୀ । ଏହା ସହ ଭାଗ ହୋଇଥିବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବି ଦିଆଯିବ ଘର ।

ଏହା ସହ ଉପରିସ୍ଥ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ । ସେ କହିଛନ୍ତି ସମୟ ଅବଧି ଭିତରେ କାମ ନ ସରିଲେ ଦାୟୀ ରହିବେ ଅଧିକାରୀ। ସମୟରେ କାମ ନ ସାରିଲେ ବିଭାଗ କାର୍ଯ୍ୟାନୁଷ୍ଠାନ ନେବ। ପୂର୍ବରୁ ପିଏମ୍‌ ଆବାସ ଯୋଜନାରେ ଘର ତିଆରି ପାଇଁ ୨ ଟ୍ରାକ୍ଟର୍ ବାଲି ରାଜ୍ୟ ସରକାର ଦେବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ । ଏନେଇ ପରମିଟ୍‌ ଇସ୍ୟୁ ହେବ, ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି।

Leave a Reply

Your email address will not be published. Required fields are marked *