କ୍ୟାବିନେଟ୍ ବୈଠକ ପରେ ପୂର୍ବ ସରକାରକୁ ଟାର୍ଗେଟ୍‌ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ପୂର୍ବ ସରକାରକୁ ଟାର୍ଗେଟ୍‌ କରି କହିଛନ୍ତି ପୂର୍ବ ସରକାରରେ ଭୁଶୁଡ଼ି ଥିଲା ପ୍ରାଥମିକ ଶିକ୍ଷା ବ୍ୟବସ୍ଥା । ୫ଟି ନାଁରେ ଭଙ୍ଗା କାନ୍ଥରେ ରଙ୍ଗ ମାରୁଥିଲେ ପୂର୍ବ ସରକାର ।

ଏହା ସହ ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ପୂର୍ବ ସରକାର ଥିବା ବେଳେ ଭିତ୍ତିଭୂମି ବିକାଶ ହୋଇନଥିଲା । ଆମ ସରକାର ନୂଆ ଶିକ୍ଷାନୀତି ଲାଗୁ କରିଛନ୍ତି । ସେହିପରି ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ ପ୍ରତିଷ୍ଠା ହେବ। ପ୍ରଥମ ପର୍ଯ୍ୟାୟରେ ୩ ବର୍ଷ ପର୍ଯ୍ୟନ୍ତ ୨ ହଜାର ୨୦୦ଟି ସ୍କୁଲ ନିର୍ମାଣ ହେବ। ଏଥିପାଇଁ ୧୨୦୦ କୋଟି ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି।

Leave a Reply

Your email address will not be published. Required fields are marked *