ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ଆତ୍ମହତ୍ୟା ଘଟଣାରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଅଭିଯୁକ୍ତ ସ୍ୱାମୀ ଶ୍ରୀଧର ଜେନାଙ୍କୁ ରିମାଣ୍ଡରେ ଆଣିଲା ପୋଲିସ । ଦିନିକିଆ ରିମାଣ୍ଡରେ ଆଣି ଘର ସର୍ଚ୍ଚ କରିବା ପାଇଁ ଅଭିଯୁକ୍ତ ଶ୍ରୀଧରଙ୍କୁ ଧଉଳି ପୋଲିସ ଆଣିଥିବା ସୂଚନା ମିଳିଛି ।

ସୂଚନା ମୁତାବକ; କିଛିଦିନ ପୂର୍ବରୁ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ ସାମ୍ବାଦିକା ମଧୁମିତା ପରିଡ଼ା। ମଧୁମିତା ୫ ମାସ ପୂର୍ବେ ପ୍ରେମ ବିବାହ କରିଥିଲେ। କିନ୍ତୁ କିଛି ଦିନ ତଳେ ସେ ସ୍ବାମୀଙ୍କ ପରକୀୟା ପ୍ରୀତି ବିଷୟରେ ଜାଣିବାକୁ ପାଇଥିଲେ। ଏହାକୁ ନେଇ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ସ୍ୱାମୀ ଶ୍ରୀଧର ଜେନାଙ୍କ ପରକୀୟା ପ୍ରିତିକୁ ନେଇ ମର୍ମାହତ ହୋଇ ଆତ୍ମହତ୍ୟା କରିଥିବା କଥା ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ଭିଡିଓ କରି ସେୟାର କରିଥିଲେ। ଘଟଣାରେ ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଥିଲା ପୋଲିସ । ଏବେ ଅଧିକ ତଥ୍ୟ ନିମନ୍ତେ ଦିନିକିଆ ରିମାଣ୍ଡରେ ସ୍ୱାମୀ ଶ୍ରୀଧର ଆଣି ଘର ସର୍ଚ୍ଚ କରିବ ଧଉଳି ପୋଲିସ ।

Leave a Reply

Your email address will not be published. Required fields are marked *