ଭାରତ ପାକିସ୍ତାନ ବିଭାଜନ ସମୟରେ ଘୃଣା ଓ ହିଂସା ହେତୁ ଲକ୍ଷ ଲକ୍ଷ ଭାଇ ଓ ଭଉଣୀମାନେ ବିସ୍ଥାପିତ ହେବା ସହ ନିଜ ଜୀବନ ମଧ୍ୟ ବଳୀଦାନ ଦେଇଥିଲେ। ଦେଶ ବିଭାଜନର ଯନ୍ତ୍ରଣା କେବେ ବି ଭୁଲି ହେବନି । ବିଭାଜନରେ ବିସ୍ଥାପିତ ହୋଇଥିବା ଏବଂ ନିଜର ଜୀବନ ହରାଇଥିବା ଭାଇ ଭଉଣୀମାନଙ୍କର ସଂଘର୍ଷ ଓ ବଳିଦାନର ସ୍ମୃତିଚାରଣ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଅଗଷ୍ଟ ୧୪ ତାରିଖକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ରୂପେ ପାଳନ କରାଯାଉଛି ।

ଦେଶ ବିଭାଜନ ସମୟରେ ନିର୍ମମ ଦୁଃଖ, ଦୁଷ୍କର୍ମ ଓ ନରହତ୍ୟାର ଯନ୍ତ୍ରଣା କେବେ ହେଲେ ଭୁଲି ହେବ ନାହିଁ । ଦେଶ ବିଭାଜନ ସମୟରେ ୨୦ଲକ୍ଷରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଥିଲା । ଏଥିରେ ୨ଲକ୍ଷ ମହିଳା ଓ ଅଢ଼େଇ ଲକ୍ଷ ଶିଶୁ ଥିଲେ । ସେହି ୨ଲକ୍ଷଙ୍କ ଭିତରୁ ପ୍ରାୟ ୧ଲକ୍ଷ ମହିଳା ହତ୍ୟା ପୂର୍ବରୁ ଦୁଷ୍କର୍ମର ଶିକାର ହୋଇଥିଲେ । ୨କୋଟି ୫୦ଲକ୍ଷ ଲୋକ ବିସ୍ଥାପିତ ହୋଇ ଅନ୍ୟ ଦେଶରେ ବା ନିଜ ଦେଶରେ ଶରଣାର୍ଥୀ ହୋଇଥିଲେ । ମୋଟ ୫କୋଟି ଲୋକ ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ ହୋଇଥିଲେ । ଏହି ସମୟରେ ମହିଳାମାନେ ଅତ୍ୟାଚାର, ଦୁଷ୍କର୍ମ, ଅସହ୍ୟ ଓ ମାନସିକ ଯନ୍ତ୍ରଣାର ଶିକାର ହୋଇଥିଲେ। ବିଶ୍ୱର ଅନ୍ୟ କୌଣସି କ୍ଷେତ୍ରରେ ଏତେ ଲୋକଙ୍କ ପ୍ରାଣ ଯାଇନଥିଲା କି ଲୋକେ ଭିଟାମାଟି ଛାଡିନଥିଲେ। ଏହା ମାନବ ଇତିହାସର ସବୁଠୁ ବଡ ବିଭୀଷିକା ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଏହି ଅବସରରେ ରାଜ୍ୟର ସମସ୍ତ ଜିଲ୍ଲା ଓ ସହରାଚଂଳରେ ବିଭାଜନ ବିଭୀଷିକା ପ୍ରଦର୍ଶନୀ, ନୀରବ ଯାତ୍ରା ଏବଂ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *