କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ନୂଆ ଟିକସ ବ୍ୟବସ୍ଥାକୁ ଚୟନ କରୁଥିବା ବେତନଭୋଗୀ ବ୍ୟକ୍ତି ଏବଂ ପେନସନଭୋଗୀମାନଙ୍କୁ ଟିକସ ରିହାତି ପ୍ରଦାନ କରିବା ପାଇଁ ଅନେକ ଆକର୍ଷଣୀୟ ସୁବିଧା ଘୋଷଣା କରିଛନ୍ତି ।

ବେତନଭୋଗୀ କର୍ମଚାରୀଙ୍କ ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାରରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ସେହିପରି ପେନସନଭୋଗୀଙ୍କ ପାଇଁ ପାରିବାରିକ ପେନସନ ଉପରେ ଛାଡକୁ ୧୫,୦୦୦ ଟଙ୍କାରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହାଦ୍ବାରା ପାଖାପାଖି୪ କୋଟି ବେତନଭୋଗୀ ବ୍ୟକ୍ତି ଓ ପେନସନଭୋଗୀଙ୍କୁ ଆଶ୍ବସ୍ତି ମିଳିବ । ଶ୍ରୀମତୀ ସୀତାରମଣ ନୂତନ ଟିକସ ବ୍ୟବସ୍ଥାରେ ଟିକସ ହାର ଢାଞ୍ଚାକୁ ନିମ୍ନଲିଖତ ଭାବରେ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ନୂଆ ବ୍ୟବସ୍ଥା ଅନୁସାରେ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ଶୂନ। ୩ରୁ ୭ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୫% ରହିବ। ୭ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୦%, ୧୦ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫% । ସେହିପରି ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦% ଓ ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦% ଧାର୍ଯ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *