ଭଦ୍ରକରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିଥିବା ଯୁବକକୁ ଗିରଫ କରାଯାଇଛି । ଭଦ୍ରକରୁ ଯୁବକ ଗିରଫ ହୋଇଥିବା ନେଇ ଭଦ୍ରକ ଏସ୍‌ପି ସୂଚନା ଦେଇଛନ୍ତି। ଏହା ସହ ବିବାଦୀୟ ପୋଷ୍ଟକୁ ନେଇ ତୁମୁଳକାଣ୍ଡ ଘଟେଇଥିବା ୮ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।  ଏନେଇ ଭଦ୍ରକ ଏସ୍‌ପି ସୂଚନା ଦେଇଛନ୍ତି। ଏଥି ସହିତ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ବାନ୍ଧିବା ପାଇଁ ପୁଲିସ ଛାନଭିନ୍ ଜାରି ରଖିଛି। ବିବାଦୀୟ ପୋଷ୍ଟ ପାଇଁ କାଲି ଭଦ୍ରକରେ ଉତ୍ତେଜନା ଦେଖା ଦେଇଥିଲା ।

ଅନ୍ୟପଟେ ଭଦ୍ରକରେ ଉତ୍ତେଜନାକୁ ନେଇ ସହରରେ ୧୬୩ ଧାରା ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲାଗୁ ରହିଥିବା ବେଳେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ସ୍ଥଗିତ ରଖିଛି ରଖାଯାଇଛି। ସହରରେ ଶାନ୍ତି ବଜାୟ ରଖିବା ପାଇଁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି।

Leave a Reply

Your email address will not be published. Required fields are marked *