ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ନିକଟସ୍ଥ ଖୁଟୁଲୁମୁଣ୍ଡା ଗାଁ’ର ଏକ ଫାର୍ମ ହାଉସ ନିକଟରେ ଶନିବାର ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳର ଶ୍ରମିକ ମାନଙ୍କୁ ଆଣି ରଖିଥିଲେ ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ କରିବା ପାଇଁ । ଅକାରଣରେ ପୁରୁଷ ଶ୍ରମିକ ମାନଙ୍କୁ ମାଡ଼ ମାରିବା ଓ ମହିଳା ଶ୍ରମିକ ମାନଙ୍କୁ ଅକଥନୀୟ ନିର୍ଯାତନା ଦେବା ଚାଲୁ କରି ଦେଇଥିଲେ ସର୍ଦ୍ଧାରଙ୍କ ଚେଲା ମାନେ ବୋଲି ଶ୍ରମିକ ମାନେ ଅଭିଯୋଗ କରିଛନ୍ତି । ନିର୍ଯ୍ୟାତନା ଅସହ୍ୟ ହେବାରୁ ଶ୍ରମିକ ମାନେ କିଛି ସମାଜସେବୀ ମାନଙ୍କ ସାହାଯ୍ୟ ଲୋଡ଼ିଥିଲେ । କିନ୍ତୁ ଉକ୍ତ ସମାଜସେବୀ ମାନେ ସାହାଯ୍ୟ କରିବା ବଦଳରେ ଦାଦନ ସର୍ଦ୍ଧାର ସହ ଡ଼ିଲ କରିଥିଲେ । ଫଳରେ କୌଣସି ପ୍ରକାର ଉପାୟ ନପାଇ ଦାଦନ ଶ୍ରମିକ ମାନେ ନିଜେ କଣ୍ଟାବାଞ୍ଜି ଥାନାର ଦ୍ବାରସ୍ଥ ହୋଇ ସାହାଯ୍ୟ ଲୋଡ଼ିଥିଲେ ।କିନ୍ତୁ ଦୁଃଖର ବିଷୟ ଯେ କଣ୍ଟାବାଞ୍ଜି ପୁଲିସ ଉକ୍ତ ଶ୍ରମିକ ମାନଙ୍କୁ ସାହାଯ୍ୟ କରିବା ବଦଳରେ ଉକ୍ତ ଶ୍ରମିକ ମାନଙ୍କୁ ଅଟକ ରଖି ଦାଦନ ସଦ୍ଧାର ଦେଇଥିବା ବଇନା ଟଙ୍କା ଫେରସ୍ତ କରିବା ପାଇଁ କହିଥିଲା ।

ଦୈନିକ ‘ନିର୍ଭୟ’ ଖବର କାଗଜରେ ଏନେଇ ଖବର ପ୍ରକାଶ ପାଇବା । ପରେ ସକାଳୁ ଶ୍ରମିକ ମାନଙ୍କୁ ତାଙ୍କ ତାଙ୍କ ଗାଁ’ରେ ନେଇ ଛାଡ଼ିଥିବା ଜଣାପଡ଼ିଛି । ସେପଟେ ଉପମୁଖ୍ୟମନ୍ତ୍ରୀ କନକ ବଦ୍ଧନ ସିଂହଦେଓ । ଟାସ୍କଫୋର୍ସ ଗଠନ କରି ନିଜେ ସଭାପତି ରହିଛନ୍ତି ଓ ତାଙ୍କ ଜିଲ୍ଲାରେ ପୁଲିସ ଦାଦନ । ଶ୍ରମିକ ମାନଙ୍କ ପ୍ରତି ଏପରି ବ୍ୟବହାର କରିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ପଟେ ପାଇକମାଳ ଥାନା ବର୍ତଣ୍ଡା ପଞ୍ଚାୟତର ପୁରାଣ ଗାଁ’ର ସୁଘତି ଦଣ୍ଡସେନା ଓ ମୁଣ୍ଡେଲା ଗାଁ’ର ଦିବ୍ୟସିନି ଭୋଇ, ବାବନନ୍ଦୀ ଗାଁ ଭାନୁମତୀ ପରୁଆ ପ୍ରମୁଖ ଶ୍ରମିକ ମାନେ ଭୟଭୀତ ଅବସ୍ଥାରେ ଥିବା ବେଳେ ଦାଦନ ସଦ୍ଧାର କେତେବେଳେ ବି ଆକ୍ରମଣ କରି ପାରନ୍ତି । ଅନ୍ୟ କେତେକ ଶ୍ରମିକ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ବେଳେ ସର୍ଦ୍ଧାର ଅପହରଣ କରି ରଖିଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *