ଭୁବନେଶ୍ୱର ସପ୍ତମ ବାଟାଲିୟନରୁ ସିପାହୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ସପ୍ତମ ବାଟାଲିୟନର ସିପାହୀ ଦୁର୍ଯ୍ୟୋଧନ ମହାନ୍ତି। ଗଛରେ ରଶି ଲଗାଇ ଦୁର୍ଯ୍ୟୋଧନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଦୁର୍ଯ୍ୟୋଧନ ୨୦୦୨ ବ୍ୟାଚର ସିପାହୀ ଥିଲେ । କାରଣ ସ୍ପଷ୍ଟ ହୋଇନଥିବା ବେଳେ ପାରିବାରିକ କନ୍ଦଳ ଓ କିଛି ବକେୟା ଟଙ୍କା ପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ମୈତ୍ରୀବିହାର ପୋଲିସ ପହଞ୍ଚି ପଚରାଉଚରା କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି।

Leave a Reply

Your email address will not be published. Required fields are marked *