ଡିସେମ୍ବର ୨୫ ରେ ମିଳିବାକୁ ଥିବା ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିକୁ ସ୍ଥଗିତ ରଖିଲେ ରାଜ୍ୟ ସରକାର । ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବା ପୂର୍ବରୁ ଆଜି ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ବର୍ତ୍ତମାନ ପାଇଁ ଚତୁର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି। ସବୁ ପ୍ରକାର ଯାଞ୍ଚ ସରିଲେ ୪ର୍ଥ ପର୍ଯ୍ୟାୟ ପ୍ରଦାନ କରାଯିବ। ଏଥିପାଇଁ ଯାଞ୍ଚ ଜାରି ରହିଛି । ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ଆଶା ରହିଛି । ଏହା ସହ ଉପମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ରହିଥିବା ଯୋଗ୍ୟ ହିତାଧିକାରୀ ସୁଭଦ୍ରା ପୋର୍ଟାଲରେ ଯାଇ ନିଜର ଅଭିଯୋଗ ଦାୟର କରିପାରିବେ । ଏହାବ୍ୟତୀତ ଏହି ଯୋଜନା ପାଇଁ ବ୍ଲକରେ ତିଆରି ହୋଇଥିବା କମିଟି ନିକଟରେ ମଧ୍ୟ ଆପଣ ନିଜର ଅଭିଯୋଗ ଲେଖିପାରିବେ । ଏହାପରେ ଆରଆଇ ମାନେ ଗାଁକୁ ଯାଇ ତଦାରଖ କରିବା ପରେ ଦେଇଥିବା ରିପୋର୍ଟ ଅନୁସାରେ, ଚତୁର୍ଥ ପର୍ଯ୍ୟାୟରେ ଏହି ହିତାଧିକାରୀମାନଙ୍କୁ ସାମିଲ କରାଯିବ । ଏଥିସହିତ ରିଜେକ୍ଟ ଲିଷ୍ଟ ଯାଞ୍ଚ ସମୟରେ ଆଧାର ଭେରିଫିକେସନ କରାଇନେବାକୁ ସେ ହିତାଧିକାରୀ ମାନଙ୍କୁ ଅନୁରୋଧ କରିଛନ୍ତି । Post navigation ପାଶ୍ଚାତ୍ୟ ରଙ୍ଗ: ଚିନ୍ତା ବଢାଉଛି ପରକୀୟା ପ୍ରୀତି ଭୁବନେଶ୍ବରରେ ଅଙ୍ଗନବାଡ଼ି ଓ ସହାୟିକାଙ୍କ ଗଣବିକ୍ଷୋଭ