୧୮ତମ ଲୋକସଭାର ପ୍ରଥମ ଅଧିବେଶନ ୨୪ ତାରିଖ ସୋମବାରଠାରୁ ଆରମ୍ଭ ହେବ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ନବନିର୍ବାଚିତ ସାଂସଦମାନେ ଶପଥ ନେବେ। ଏହାପରେ ବାଚସ୍ପତି ନିର୍ବାଚନ ହେବ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନରେ ଉଦବୋଧନ ଦେବେ। ଲୋକସଭା ନିର୍ବାଚନ ସରିବା ପରେ ୧୮ତମ ଲୋକସଭାରେ ଏହା ହେବ ପ୍ରଥମ ଅଧିବେଶନ। ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ମହତାବଙ୍କୁ ଲୋକସଭାର ପ୍ରୋଟେମ୍ ବାଚସ୍ପତି ଭାବେ ଶପଥ ପାଠ କରାଇବେ। ଏହାପରେ ମହତାବ ସଂସଦରେ ପହଞ୍ଚି ପୂର୍ବାହ୍ନ ୧୧ଟାରେ ଲୋକସଭା ବୈଠକ ଆରମ୍ଭ ହେବ। Post navigation ନିଟ୍ ବିବାଦ: ଦୁଇ ଶିକ୍ଷକଙ୍କୁ ପଚରାଉଚରା କଲା ଏଟିଏସ୍ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ନିଲମ୍ବିତ