ମୁଖ୍ୟମନ୍ତ୍ରୀଙ୍କ ଆଜିର ବାତ୍ୟାଞ୍ଚଳ ପରିଦର୍ଶନ କାର୍ଯ୍ୟ ସ୍ଥଗିତ । ପାଗ ଅନୁକୂଳ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ ସ୍ଥଗିତ କରାଯାଇଥିବା ସୂଚନା । ଆଜି ବାତ୍ୟା ଦାନାର ଦ୍ଵାରା ଅଧିକ ପ୍ରଭାବିତ ହୋଇଥିବା ସ୍ଥାନକୁ ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ପରିଦର୍ଶନ କରି ସମୀକ୍ଷା କରିଥାନ୍ତେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କିନ୍ତୁ ଏହାକୁ ଖରାପ ପାଗ ନିମନ୍ତେ ସ୍ଥଗିତ କରାଯାଇଛି ।

ବାତ୍ୟା ଦାନାର ଦ୍ଵାରା ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, ପୁରୀ ଓ କଟକ ଜିଲ୍ଲା ପ୍ରଭାବିତ ହୋଇଛି । ସମସ୍ତ ଅଞ୍ଚଳକୁ ଆକାଶମାର୍ଗରୁ ସମୀକ୍ଷା କରିଥାନ୍ତେ ମୁଖ୍ୟମନ୍ତ୍ରୀ । କିନ୍ତୁ ଆଜି ଏସଆରସି କାର୍ଯ୍ୟାଳୟରେ ବାତ୍ୟା ପରବର୍ତୀ ସ୍ଥିତି ନେଇ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *