ଖୁବ୍‌ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ହେବ ସୀମା ପରିବର୍ତ୍ତନ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି । ନକ୍ସା ପରିବର୍ତ୍ତନ ପାଇଁ ସର୍ଭେ ନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଆର୍‌ଡିସିଙ୍କୁ ଚିଠି ଦିଆଯାଇଛି । ପୁରୁଣା ରାଜସ୍ଵ ଗାଁ ରେକର୍ଡ ଯେମିତି ମିଶି ନଯାଏ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ପ୍ରତି ତହସିଲରେ ଗୋଟିଏ ଲେଖାଏଁ ସ୍ଵତନ୍ତ୍ର ସେଲ ହେବ । ରାଜସ୍ବ ଗାଁ ହେଲା ପରେ ଏକ ସ୍ଵତନ୍ତ୍ର ମ୍ୟାପ୍ ହେବ ।

ଚିଠି ଅନୁଯାୟୀ, ଦୀର୍ଘଦିନ ଧରି ନୂତନ ରାଜସ୍ବ ଗ୍ରାମ ଓ ଏହାର ସୀମା ପୁନଃ ନିର୍ଦ୍ଧାରଣ ଲାଗି ଦାବି ହୋଇଆସୁଥିଲା। ଏହାକୁ ନେଇ ଜିଲ୍ଲାପାଳ, ବନ୍ଦୋବସ୍ତ ଅଧିକାରୀଙ୍କ ପକ୍ଷରୁ ଆସିଥିବା ସୁପାରିସ୍‌କୁ ଆଧାର କରି ସରକାରଙ୍କ ପକ୍ଷରୁ ୧୬୩୫ଟି ରାଜସ୍ବ ଗ୍ରାମକୁ ଅନୁମୋଦନ ପ୍ରଦାନ କରାଯାଇଛି।

ସୂଚନା ଯୋଗ୍ୟ, ଗତ ୧୯୯୧ ରୁ ୨୦୨୪ ମସିହା ପର୍ଯ୍ୟନ୍ତ ୩୪ ବର୍ଷ ଭିତରେ ମାତ୍ର ଏକ ହଜାର ଗାଁକୁ ରାଜସ୍ବ ଗାଁ ଭାବେ ଘୋଷିତ ହୋଇଥିଲା । ପୂର୍ବ ସରକାରରେ ୩୦୦ ଗାଁର ମ୍ୟାପ ପ୍ରସ୍ତୁତ ହୋଇଥିଲା । ଆଉ ୭୦୦ ଗାଁର ମ୍ୟାପ୍ ହୋଇପାରିନଥିଲା । ଏବେ ସରକାରରେ ପୂର୍ବ ସରକାରରେ ବାକି ଥିବା ଗାଁ ଏବଂ ନୂଆ ଗାଁକୁ ମିଶ୍ର ୧୬୩୫ଟି ନୂତନ ରାଜସ୍ୱ ଗାଁର ମ୍ୟାପ ପ୍ରସ୍ତୁତ ହେବ । ଭୂଲେଖରେ ମଧ୍ୟ ଗାଁର ନାମ ସ୍ଥାନ ପାଇବ । ଖାତା ନମ୍ବର ଓ ପ୍ଲଟ ନମ୍ବରରେ ମଧ୍ୟ ପରିବର୍ତ୍ତନ ହେବ । ମୂଳ ଗାଁରେ ଥିବା ଲୋକଙ୍କ ଖାତା ନମ୍ବର ଓ ପ୍ଲଟ ନମ୍ବର ମଧ୍ୟ ପରିବର୍ତ୍ତନ ହୋଇ ନୂଆ ହେବ । ରାଜସ୍ୱ ଗାଁ ହେଲା ପରେ ସ୍ଵତନ୍ତ୍ର ମ୍ୟାପ ହେବ ।

Leave a Reply

Your email address will not be published. Required fields are marked *