ବୁର୍ଲା ସହର ମେଟାକାନୀ ମନ୍ଦିର ପଛପଟେ ଥିବା ପଡିଆରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଛାତ୍ରୀଙ୍କୁ ରାସ୍ତାରୁ ଉଦ୍ଧାର କରାଯାଇଥିବା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଲେ ରାକେଶ ଦାସ । ଏକତରଫା ପ୍ରେମରୁ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜି ଓ ସମ୍ବଲପୁର ଏସ୍ପି । ଆଜି ସାମ୍ୱାଦିକ ସମ୍ମିଳନୀ ମଧ୍ୟରେ ଉତ୍ତରାଞ୍ଚଳ ଆଇଜି ଓ ସମ୍ବଲପୁର ଏସ୍ପି ସୂଚନା ଦେଇ କହିଛନ୍ତି ଯୁବକଙ୍କ ସହ ଛାତ୍ରୀଙ୍କ ଫୋନ ବାର୍ତ୍ତାଳାପ ଥିଲା । ମେଟାକାନି ମନ୍ଦିର ନିକଟରେ ଉଭୟେ ଭେଟିଥିଲେ । ସେଠାରେ ଭେଟିବା ବେଳେ ଅଭିଯୁକ୍ତ ଦେଖିବାକୁ ପାଇଥିଲା ଯେ ପୀଡ଼ିତ ଜଣକ ମୋବାଇଲ୍ ଫୋନ୍ରେ ଅନ୍ୟ କାହା ସହ କଥା ହେବାରେ ବ୍ୟସ୍ତ ରହିଛନ୍ତି । ଏଥିରେ ସେ ରାଗିଯାଇ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଏକ ସିମେଣ୍ଟ ଇଟାରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ସେଠାରେ ସ୍ଥାନୀୟ ଲୋକ ପହଞ୍ଚିବା ଦେଖି ସେଠାରୁ ଆକ୍ରମଣକାରୀ ଯୁବକ ଖସିଯାଇଥିଲେ । ପୀଡିତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବୁର୍ଲାର VIMSARକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା ଓ ଅଭିଯୁକ୍ତଙ୍କୁ ଗିରଫ କରିବା ସମେତ ଅଭିଯୁକ୍ତ ବ୍ୟକ୍ତିଙ୍କ ପାଖରୁ ଆକ୍ରମଣ କରିଥିବା ଜିନିଷଗୁଡ଼ିକ ଜବତ କରାଯାଇଛି। Post navigation ରେଖା ଗୁପ୍ତାଙ୍କ ଶପଥ ଗ୍ରହଣରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ କିଟ୍ ଛାତ୍ରୀଙ୍କ ମୃତ୍ୟୁ ମାମଲା: ଅଚ୍ୟୁତ ସାମନ୍ତଙ୍କୁ ସରକାରଙ୍କ ହାଇଲେବୁଲ୍ କମିଟି ଆଗରେ ହାଜର ନିର୍ଦ୍ଦେଶ