ଭଦ୍ରକରେ ପ୍ରତିଷ୍ଠା ହେବାକୁ ଯାଉଛି ଟେକ୍ସଟାଇଲ ପାର୍କ । ଆଜି ବିଧାନସଭା ଗୃହରେ ଏହି ସଂପର୍କରେ ସୂଚନା ଦେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ଭଦ୍ରକରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ହେବ ସହ ପାରାଦୀପରେ ମେଗା ଫିଡ୍ କ୍ରାକର୍ ପ୍ଲାଣ୍ଟ ମଧ୍ୟ ପ୍ରତିଷ୍ଠା ହେବ । ଏହି ପ୍ଲାଣ୍ଟର ବାଏ ପ୍ରଡକ୍ଟ ଭଦ୍ରକ ଟେକ୍ସଟାଇଲ ପାର୍କରେ ବ୍ୟବହାର ହେବ । ଆଇଓସିଏଲ ସହ ମିଳିତ ଭାବେ ଏହି କାମ ହେବାକୁ ଯାଉଛି। ଅଧିକ ସଂଖ୍ଯକ ଏମଏସଏମଇ ପାର୍କ ରାଜ୍ୟରେ ପ୍ରତିଷ୍ଠା ହେବ । ଏମଏସଏମଇ ୟୁନିଟ ବଢିଲେ ହିଁ ନିଯୁକ୍ତି ସୁଯୋଗ ବଢିବ ।

ଏହା ସହ ସେ ଆଉ ମଧ୍ୟ କହିଛନ୍ତି ଯୁବତୀଙ୍କୁ ରୋଜଗାରକ୍ଷମ ପାଇଁ ସୁଦକ୍ଷା ଯୋଜନାରେ ତାଲିମ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଛାତ୍ରୀବାସରେ ରଖି ବୃତ୍ତି ଦିଆଯାଉଛି । ଏହାକୁ ପୋଷ୍ଟ ମାଟ୍ରିକ ବୃତ୍ତି ଆକାରରେ ଦିଆଯାଉଛି । ସ୍କିଲ ଡେଭଲପମେଣ୍ଟ ସେଣ୍ଟରକୁ ବି ଏହି ଦାୟିତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *