Telangana bus accident: Death toll rises to 21
ତେଲେଙ୍ଗାନାର ରଙ୍ଗରେଡ୍ଡୀ ଜିଲ୍ଲାରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୧ କୁ ବୃଦ୍ଧି ପାଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଆହତଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ରଙ୍ଗାରେଡ୍ଡି ଜିଲ୍ଲାର ଚେଭେଲା ମଣ୍ଡଳ ଅଞ୍ଚଳର ମିର୍ଜାଗୁଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି ।
 
ହାଇଦ୍ରାବାଦ-ବିଜାପୁର ରାଜପଥରେ ଏକ ଦ୍ରୁତଗାମୀ ଟ୍ରକ ଏକ ଯାତ୍ରୀବାହୀ ବସ୍ ସହିତ ଧକ୍କା ଦେଇଥିଲା । ବସରେ ୭୦ ଜଣ ଯାତ୍ରୀ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୧ କୁ ବୃଦ୍ଧି ପାଇଛି । ଏହି ବସ ତନ୍ଦୁରରୁ ଚେଭେଲ୍ଲା ଯାଉଥିଲା ।
 
ଏକାଧିକ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ଟ୍ରକଟି ଓଭରଟେକ କରିବାରୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି । ଟିପ୍ପର ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । 
 

By Nirvay

Leave a Reply

Your email address will not be published. Required fields are marked *