ଆଜି ସାରା ଦେଶ ପାଳନ କରୁଛି ଗୁରୁ ଦିବସ । ବିଭିନ୍ନ ଶିକ୍ଷାଅନୁଷ୍ଠାନରେ ଆଜି ଛାତ୍ରଛାତ୍ରି ନିଜ ନିଜ ଶିକ୍ଷକଙ୍କ ସମ୍ମାନରେ ଧୁମଧାମରେ ପାଳନ କରୁଛନ୍ତି ଗୁରୁ ଦିବସ । ଆଜି ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ । ଗୁରୁଙ୍କ ପ୍ରତି ସମ୍ମାନ ଓ ଭକ୍ତି ପ୍ରଦର୍ଶନ ପର୍ବ ହେଉଛି ଗୁରୁ ଦିବସ । ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଦିବସ ଅବସରରେ ତାଙ୍କ ସ୍ମୃତିରେ ସମଗ୍ର ଭାରତରେ ଆଜିର ଦିନ (୫ ସେପ୍ଟେମ୍ବର) ରେ ଗୁରୁ ଦିବସ ରୂପେ ପାଳନ କରାଯାଏ। ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ସୋସିଆଲ୍ ମିଡିଆରେ ଏକ୍ସରେ କହିଛନ୍ତି ଭାରତର ପ୍ରଥମ ଉପ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ତଥା ପବିତ୍ର ଗୁରୁ ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଦ୍ୟାର୍ଥୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶର ଦାୟିତ୍ଵ ଶିକ୍ଷକମାନଙ୍କର ହୋଇଥିବାରୁ ସେମାନଙ୍କୁ ‘ଗୁରୁ’ ଭାବରେ ସମ୍ମାନିତ କରାଯାଏ । ଏହି ଦାୟିତ୍ବକୁ ଠିକ୍ ଭାବରେ ସମ୍ପାଦନ କରି ପିଲାମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଠନ ପାଇଁ ଶିକ୍ଷକମାନେ ଉଦ୍ୟମ ଅବ୍ୟାହତ ରଖିବେ ବୋଲି ମୋର ଆଶା ଓ ବିଶ୍ଵାସ। Post navigation ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ପାଗ ଖରାପ ଯୋଗୁ ଭୁବନେଶ୍ୱରରେ ଓହ୍ଲାଇ ପାରିଲେନି ମୁଖ୍ୟମନ୍ତ୍ରୀ ମୋହନ ମାଝୀ