ଆଉ ଦେହରେ ଟାଟୁ କରିପାରିବେନି ପୋଲିସ ଅଧିକାରୀ । ଶରୀରରେ ଟାଟୁ କରିବା ଦ୍ୱାରା ଓଡ଼ିଶା ପୋଲିସର ସମ୍ମାନ ହାନି ହେଉଥିବାରୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ ।ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ କୌଣସି ଅଧିକାରୀ ମୁହଁ, ବେକ କିମ୍ବା ହାତରେ ଟାଟୁ କରିପାରିବେ ନାହିଁ । ଯଦି କୌଣସି ଅଧିକାରୀ ଟାଟୁ କରିଛନ୍ତି ତେବେ ୧୫ ଦିନ ମଧ୍ୟରେ ଏହାକୁ ଲିଭାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ୟୁନିଫର୍ମ ପିନ୍ଧିବା ପରେ ଯଦି ଟାଟୁ ଦେଖାଯାଉଥାଏ ତେବେ ଏହା ଗ୍ରହଣୀୟ ହେବ ନାହିଁ । ଟାଟୁ ନ ଲିଭାଇଲେ ଡିପାର୍ଟମେଂଟାଲ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି । SSB ବ୍ୟତୀତ ଅନ୍ୟ ପୋଲିସଙ୍କ ପାଇଁ ଲାଗୁ ନୁହେଁ ଏହି ନିୟମ Post navigation ଲୋକଙ୍କୁ ଧମକାଉଛନ୍ତି ଅଫିସର: ପ୍ରଦୀପ ପାଣିଗ୍ରାହୀ ଖୁବ୍ ଶୀଘ୍ର ଆସିବ ବିଜେପିର ବାକି ଥିବା ପ୍ରାର୍ଥୀ ତାଲିକା