୩ ଦିନ ହେଲା ଅନ୍ଧାରରେ ଗଞ୍ଜାମ ଜିଲ୍ଲାର ତାରାତାରିଣୀ ପୀଠ ଅନ୍ଧାର । କୋଟି କୋଟି ଟଙ୍କା ବ୍ୟୟରେ ମନ୍ଦିରରେ ଲାଗିଥିବା ଅଲୋକୀକରଣ ବ୍ୟବସ୍ଥା ଫେଲ ମାରିଛି । ୩ ଦିନ ହେଲା ମନ୍ଦିରରେ ବେଢା ଓ ଗର୍ଭଗୃହରେ ନାହିଁ ଆଲୋକୀକରଣ । ସଂଧ୍ୟା ହେଲେ ମୋବାଇଲ୍ ଲାଇଟ୍ ରେ ଦର୍ଶନ କରୁଛନ୍ତି ଭକ୍ତ। ସବୁ ଦିନ ଶହ ଶହ ଭକ୍ତଙ୍କ ସମାଗମ ହେଉଛି ତାରାତାରିଣୀ ପୀଠରେ। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଲାଗୁଛି। କିନ୍ତୁ ସନ୍ଧ୍ୟା ନଇଁଲେ ଅନ୍ଧକାରରେ ବୁଡି ଯାଉଛି ମାଆଙ୍କ ପୀଠ ଓ ମନ୍ଦିର ଚତୁପାର୍ଶ୍ୱ।ମନ୍ଦିରରେ ଆଲୋକର ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ଓ ରାତ୍ରି ସମୟରେ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ବୁଦ୍ଧିଜୀବୀ ଓ ପର୍ଯ୍ୟଟକ ମହଲରେ ଅସନ୍ତୋଷ ଦେଖା ଦେଇଛି। Post navigation T-20 At Barabati: ଓସିଏ ଅନୁବନ୍ଧିତ ସଂସ୍ଥା ପାଇଁ ଆଜିଠୁ ବିକ୍ରି ହେବ ଟି ୨୦ ମ୍ୟାଚ ଟିକେଟ୍ Cold Storage: ରାଜ୍ୟରେ ୩୫ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି: ପୃଥୀରାଜ ହରିଚନ୍ଦନ