ନେପାଳର ନୂଆ କାମଚଳା ପ୍ରଧାନମନ୍ତ୍ରୀ ହେଲେ ପୂର୍ବତନ ନେପାଳ ସୁପ୍ରିମକୋର୍ଟ ବିଚାରପତି ସୁଶୀଳା କାର୍କି । ନେପାଳରେ ଚାଲିଥିବା ପ୍ରତିବାଦ ମଧ୍ୟରେ, ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ସେ ନେଇ ବୈଠକ ବସିବା ପରେ ସୁଶୀଳାଙ୍କ ନାଁରେ ଲାଗିଥିଲା ମୋହର । ସୁଶୀଳା ହୋଇଛନ୍ତି ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ନେପାଳ ବିରାଟ ନଗରର ବାସିନ୍ଦା ସୁଶୀଳା କାର୍କି ନେପାଳ ସୁପ୍ରିମକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଥିଲେ । ଆନ୍ଦୋଳନକାରୀମାନେ ସୁଶୀଳା କାର୍କିଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେବା ଏବଂ ନେପାଳୀ ସେନା ସହିତ ଆଲୋଚନା କରିବା ପାଇଁ ନାମ ଦେଇଥିଲେ । ଗତକାଲି ଜେନ-ଜି ଆନ୍ଦୋଳନ ପରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଓ ପିଏମ କେ.ପି ଶର୍ମା ଓଲି ନିଜ ପଦରୁ ଇସ୍ତଫା ଦେବା ପରେ ଶାସନ ଭାର ନିଜ ହାତକୁ ନେଇଛି ସେନା । ସୁଶୀଳା କାର୍କିଙ୍କ ଭାରତ ସହ ମଧ୍ୟ ସମ୍ପର୍କ ରହିଛି । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ସେ ପୋଷ୍ଟ ଗ୍ରାଜୁଏଟ୍ କରିଥିଲେ । Post navigation ଫ୍ରାନ୍ସରେ ବିକ୍ଷୋଭ: ୨୦୦ ଗିରଫ