ରାଜ୍ୟରେ ବଢୁଛି ବିଜେପିର ବଳ। ଆଜି ବିଜେପିରେ ମିଶିଛନ୍ତି କାକଟପୁର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ। ନିକଟରେ ଟିକେଟ୍ ନ ପାଇ ବିଜେଡି ଛାଡ଼ିଥିଲେ ସୁରେନ୍ଦ୍ର। କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ ମଧ୍ୟ ତାଙ୍କ ସହ ବିଜେପିରେ ସାମିଲ ହୋଇଥିଲେ।ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାୟକ ମଧ୍ୟ ବିଜେପିରେ ମିଶିଛନ୍ତି।ରାଜ୍ୟ କାର୍ଯ୍ୟାଳୟରେ ବିପ୍ଳବ ଦେବ ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଏହି ସମସ୍ତେ ବିଜେପିରେ ସାମିଲ୍ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଶ୍ରୀ ସେଠୀ ୨୦୧୪ରେ କାକଟପୁର ବିଧାୟକ ହୋଇଥିଲେ। ହେଲେ ୨୦୧୯ରେ ତାଙ୍କ ବଦଳରେ ବିଜେପିରୁ ଆସିଥିବା ନେତା ତୁଷାରକାନ୍ତି ବେହେରାଙ୍କୁ ବିଜେଡି ଟିକେଟ୍ ଦେଇଥିଲା। ଆଉ ତୁଷାରକାନ୍ତି ମଧ୍ୟ ନିର୍ବାଚନରେ ବିଜୟ ଲାଭ କରିଥିଲେ। ସେତେବେଳେ ଟିକେଟ୍ କଟିଥିଲେ ବି, ଦଳକୁ ସମର୍ଥନ ଦେଇଥିଲେ ସୁରେନ୍ଦ୍ର। ଆଉ ଏହାର ଠିକ୍ ୫ ବର୍ଷ ପରେ ୨୦୨୪ରେ ପୁଣିଥରେ ଟିକେଟ୍ ଲବିରେ ରହିଥିଲେ ସୁରେନ୍ଦ୍ର। ହେଲେ ଏଥର ମଧ୍ୟ ସେ ଦଳରୁ ନିରାଶ ହେଇଥିଲେ। ବିଜେଡି ପୁଣିଥରେ କାକଟପୁରରେ ତୁଷାରକାନ୍ତିଙ୍କୁ ପ୍ରାର୍ଥୀ କରିଛି। ଆଉ ଏହାପରେ ସେ ଦଳ ଉପରେ ଅସନ୍ତୁଷ୍ଟ ହେଇ କିଛି ଦିନ ତଳେ ଇସ୍ତଫା ଦେଇଥିଲେ।

By Nirvay

Leave a Reply

Your email address will not be published. Required fields are marked *