ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ତଥା ବିଜେଡି ନେତା ଭାନୁ ପ୍ରତାପ ସିଂ ମାଝୀଙ୍କ ନେତୃତ୍ୱରେ ଆଜି ନୂଆପଡ଼ା ଟାନୱଟ ଠାରେ ଏକ ଆଦିବାସୀ ସମ୍ମିଳନୀ ଆୟୋଜନ ହୋଇଯାଇଛି । ନୂଆପଡାରେ ଆଜି ଆୟୋଜିତ ସମ୍ବୋଧନା ଓ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି ୧୨୦ଟି ଗାଁର ଆଦିବାସୀ । ବିଜେପି ଏବଂ କଂଗ୍ରେସର ଅନେକ ନେତା ଆନୁଷ୍ଠାନିକ ଭାବରେ ବିଜେଡିରେ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକାଶ କରି ଏବଂ ଦଳର ଆଦିବାସୀ କଲ୍ୟାଣ ପଦକ୍ଷେପକୁ ସମର୍ଥନ କରିଥିଲେ। ଅନ୍ୟଦଳରେ ଥିବା ୩୦୦ ଆଦିବାସୀ କର୍ମୀ ଆଜି ବିଜେଡିରେ ସାମିଲ ହୋଇ ଏହି ସମ୍ମିଳନୀରେ ସ୍ନେହାଙ୍ଗିନୀଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ଆଦିବାସୀ ସମାଜର ବରିଷ୍ଠ ସଦସ୍ୟମାନଙ୍କ ସହିତ ଏକ ହଜାରରୁ ଅଧିକ ଆଦିବାସୀ ଟାନୱଟଠାରେ ଏକାଠି ହୋଇ ସ୍ନେହାଙ୍ଗିନୀଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକାଶ କରି ଏବଂ ଦଳର ଆଦିବାସୀ କଲ୍ୟାଣ ପଦକ୍ଷେପକୁ ସମର୍ଥନ କରିଥିଲେ। ଗୋଣ୍ଡ ସମାଜ, ଶବର ସମାଜ, ଭୁଞ୍ଜିଆ ସମାଜ, ବରିହା ସମାଜ ପକ୍ଷରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରିବା ସହ ବିଜେଡିକୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଆଦିବାସୀ ସମାଜର ସମର୍ଥନ ପାଇବା ପରେ ଏବେ ବିଜେଡି ଆହୁରି ଶକ୍ତିଶାଳୀ ହେବ । ଏହି ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ପ୍ରତାପ ଜେନା, ସାଂସଦ ନିରଞ୍ଜନ ବିଶି, ଲାଲ ବିହାରୀ ହିମରିକା, ରମେଶ ମାଝୀ ଓ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ନୂଆପଡ଼ାର ଆଦିବାସୀ ନେତା ବିହାରୀ ଲାଲ ବିଶ୍ଵାଳ , ଭାନୁ ପ୍ରତାପ ସିଂ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। Post navigation ନୂଆପଡ଼ାରେ ୨୫ ତାରିଖ ପରେ ଦମ ଦେଖାଇବ ବିଜେପି Nuapada By-Election: ନୂଆପଡା ଉପନିର୍ବାଚନ ପାଇଁ ବଞ୍ଜାରୀ ଦେବୀ ମନ୍ଦିରରୁ ପ୍ରଚାର ଅଭିଯାନ ଆରମ୍ଭ କଲା ବିଜେଡି