୨୦୨୫ରେ ଫେବ୍ରୁଆରୀ ୨୫ରେ ମହାକାଶରୁ ଫେରିବେ ସୁନୀତା ଓ ବୁଚ୍ ବ୍ଲିମୋର। ୨ ମହାକାଶଚାରୀଙ୍କ ଫେରିବା ନେଇ ନାସା ସୂଚନା ଦେଇଛି। ମହାକାଶରୁ ବର୍ତ୍ତମାନ ଉଭୟଙ୍କୁ ଫେରାଇ ଆଣିବା ଅଧିକ ବିପଦ ବୋଲି ନାସା କହିଛି। ଉଭୟଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଥିବା ନେଇ ନାସା ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଛି । ସପ୍ତାହେ ପାଇଁ ଯାଇଥିବା ଉଭୟ ମହାକାଶରେ ୮ ମାସ ରହିବେ। ବିନା କ୍ରୁରେ ଅନ୍ତରୀକ୍ଷ ବିମାନ ‘ଷ୍ଟାରଲାଇନର’ ମହାକାଶରୁ ଫେରିବ । ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଭୟ ଫସି ରହିଛନ୍ତି ।

Leave a Reply

Your email address will not be published. Required fields are marked *