ଗତକାଲି ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ସୁଜିତ କୁମାର । ଓଡ଼ିଆରେ ଶପଥ ନେଇଛନ୍ତି ବିଜେପି ସାଂସଦ ସୁଜିତ କୁମାର । ସେ ଗତକାଲି ଶପଥ ନେବା ପରେ ଆଜି ନିଜ ସୋସିଆଲ ମିଡ଼ିଆ ଲେଖିଛନ୍ତି ରାଜ୍ୟସଭା ସାଂସଦ ଭାବରେ ପୁଣି ଥରେ ଶପଥ ନେଇ ମୁଁ ନିଜକୁ ଗର୍ବିତ ମନେ କଲି । ଏହା ମୋ ଜୀବନର ସବୁଠାରୁ ଆନନ୍ଦଦାୟକ ମୂହୁର୍ତ୍ତ ମଧ୍ୟରୁ ଗୋଟିଏ । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସହିତ ମୁଁ ମୋର ପ୍ରିୟ ରାଷ୍ଟ୍ର, ରାଜ୍ୟ ତଥା ମୋ ଜିଲ୍ଲାର ଅଗ୍ରଗତି ତଥା ବିକାଶ ପାଇଁ ଏବଂ ଏହାର ଲୋକଙ୍କ ସେବା କରିବା ପାଇଁ ହୃଦୟ ସହିତ କାର୍ଯ୍ୟ କରିବାକୁ ପ୍ରତିଜ୍ଞା କରିଛି। ମୋ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି। ମୁଁ ସମ୍ପୂର୍ଣ୍ଣ ଭକ୍ତି ଏବଂ ସଚ୍ଚୋଟତା ସହିତ ନିଜର ଦାୟିତ୍ଵ ପୂରଣ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିବି । ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ମାସରେ ସୁଜିତ କୁମାର ରାଜ୍ୟସଭା ପଦ ସହିତ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ। ସୁଜିତ କୁମାର ବିଜେଡିରୁ ରାଜ୍ୟସଭା ସାଂସଦ ଭାବେ ପ୍ରତିନିଧିତ୍ବ କରୁଥିଲେ। ଏହାପରେ ସେ ବିଜେଡି ଓ ରାଜ୍ୟସଭା ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ଏହାପରେ ବିଜେପି ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନିତ କରିଥିଲା। ସେ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ପରେ ଗତକାଲି ଶପଥ ଗ୍ରହଣ କରିଛନ୍ତି। Post navigation ଶେଷ ନିଃଶ୍ୱାସ ଯାଏଁ ବିଜେଡିରେ ରହିବୁ ବୋଲି ପଣ ନେଲେ ୭ ରାଜ୍ୟ ସଭା ସାଂସଦ ଲୋକସଭାରେ ଆଗତ ହୋଇ ଜେପିସିକୁ ଗଲା ୱାନ୍ ନେସନ୍ ୱାନ୍ ଇଲେକ୍ସନ ବିଲ୍