ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଆଗରେ ଯୁବତୀ ରାଣୀଙ୍କ ଆତ୍ମହତ୍ୟା ଘଟଣାରେ ବାପା ଓ ସାବତ ମା’ଙ୍କୁ ସଦର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଅଶୋକ ପ୍ରଧାନ ଓ ଜ୍ୟୋତ୍ସ୍ନାରାଣୀ ପ୍ରଧାନ। ଉଭୟ ବାପା ଓ ମା’ ରାଣୀଙ୍କୁ ଆତ୍ମହତ୍ୟା ପାଇଁ ଉସ୍‌କାଇଥିଲେ।

ପ୍ରକାଶ ଯେ, ଯୁବତୀ ଜଣଙ୍କ କୁକୁଡ଼ାଖଣ୍ଡି ବ୍ଲକ୍ ସମ୍ମୁଖରେ ସୋମବାର ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମଙ୍ଗଳବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *