ସୁଭଦ୍ରା ଯୋଜନାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆଜି ହିତାଧିକାରୀଙ୍କ ଆକାଉଣ୍ଟକୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ପାଇଁ ଟ୍ରାଏଲ ବେସିସରେ ୧ ଟଙ୍କା ଆସିଛି ବୋଲି କୁହାଯାଉଥିଲା। ତେବେ ସୂଚନା ଓ ଲୋକସମ୍ପର୍କ ବିଭାଗ ସ୍ପଷ୍ଟ କରିଛି ଯେ, ହିତାଧିକାରୀଙ୍କ ଆକାଉଣ୍ଟରେ ୧ ଟଙ୍କା ଜମା ହୋଇନାହିଁ। ଏକ ପ୍ରେସ ବିଜ୍ଞପ୍ତିରେ ଏ ନେଇ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଭାଗ କହିଛି ଯେ, ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭିତ୍ତିରେ ୧ ଟଙ୍କା ଟ୍ରାନ୍ସଫର କରାଯାଇଥିଲା, କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ସେପରି କୌଣସି ବ୍ୟବସ୍ଥା ଆରମ୍ଭ କରାଯାଇନାହିଁ।

Leave a Reply

Your email address will not be published. Required fields are marked *