ସୁଭଦ୍ରା ଯୋଜନା ଆବେଦନକରୀଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି ସୁଭଦ୍ରା ଯୋଜନା ପାଇଁ ଆବେଦନା କରିଥିବା ୨ ହଜାର ମହିଳାଙ୍କ ଆବେଦନ ଖାରଜ ହୋଇଛି । ଆକାଉଣ୍ଟ ସଠିକ୍‌ ନଥିବାରୁ ଆବେଦନ ରିଜେକ୍ଟ ହୋଇଥାଇପାରେ । ଶତ ପ୍ରତିଶତ ଆବେଦନ କ୍ଲିୟର ହୋଇଛି ଏବେ ଆଉ ପେଣ୍ଡିଂ ନାହିଁ ।

ସୂଚନଯୋଗ୍ୟ; ଗତକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଗତକାଲି ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରାର ପ୍ରଥମ କିସ୍ତିର ୫୦୦୦ ଟଙ୍କା ମିଳିଛି । ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ କ୍ରେଡିଟ ହୋଇଛି। ସେପଟେ ସୁଭଦ୍ରା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ଆବେଦନ କରିସାରିଲେଣି ୭୪ ଲକ୍ଷରୁ ଅଧିକ ମହିଳା।

Leave a Reply

Your email address will not be published. Required fields are marked *