ଟ୍ୱିନ୍‌ ସିଟିରେ ଟ୍ରାଫିକ୍‌ ସମ୍ଭାଳିବେ ଛାତ୍ରଛାତ୍ରୀ । ଏ ନେଇ ଆଜି ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ । ସେ କହିଛନ୍ତି ଟ୍ୱିନ୍‌ ସିଟିରେ ଦେଖା ଯାଉଥିବା ଟ୍ରାଫିକ୍‌ ସମସ୍ୟାକୁ ଦୂର କରିବା ପାଇଁ ଏହି ଭଳି ପଦକ୍ଷେପ ନିଆଯାଇଛି । ଆଜି ୫୩ ଛାତ୍ରଛାତ୍ରୀ ଟ୍ରାଫିକ୍‌ ଭଲେଣ୍ଟିଓର କମିଶନରେଟ ପୋଲିସରେ ସାମିଲ ହୋଇଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଭଲେଣ୍ଟିଓରଙ୍କୁ ନିର୍ଦ୍ଦିଷ୍ଟ ପୋଷାକ ସହ ଟୋପି ଦିଆଯାଇଛି ।

ସେ ଆଉ ମଧ୍ୟ କହିଛନ୍ତି ଷ୍ଟୁଡେଣ୍ଟଙ୍କ ଯୋଗଦାନ ଟ୍ରାଫିକ୍‌ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ । କିଛି ମାତ୍ରାରେ ଟ୍ରାଫିକ ସମସ୍ୟା କମିପାରେ ବୋଲି ଆକଳନ କରାଯାଉଛି ।

Leave a Reply

Your email address will not be published. Required fields are marked *