ଏସସି ଏବଂ ଏସଟି ବିଦ୍ୟାଳୟ ନିର୍ମାଣରେ ଅନିୟମିତତା ଅଭିଯୋଗରେ କଂଗ୍ରେସର ବିକ୍ଷୋଭ । କଳା ତାଲିକାଭୁକ୍ତ କମ୍ପାନୀଙ୍କୁ ସ୍କୁଲ ନିର୍ମାଣ ଦେବା ପ୍ରସଙ୍ଗକୁ ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବାସଭବନକୁ ଘେରିବାକୁ ଚେଷ୍ଟା କରୁଥିବା ବେଳେ ମୁହାଁମୁହିଁ ହେଇଛନ୍ତି ପୁଲିସ୍ ଓ ଯୁବଛାତ୍ର କଂଗ୍ରେସ । ବ୍ୟାରିକେଡ୍ ଭାଙ୍ଗି ଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଅଣ୍ଡା ଓ ଟମାଟୋ ମାଡ କରୁଥିବା ବେଳେ ପୁଲିସ୍ ଦେହରେ ବାଜିଲା ଅଣ୍ଡା ।

ଏହା ସହ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ତଳେ ପକାଇ ରାଜରାସ୍ତାରେ ପ୍ରତିବାଦ କରି ରାଜ ରାସ୍ତାରେ ଗର୍ଜିଛନ୍ତି ଯୁବ ଛାତ୍ର କଂଗ୍ରେସ  । କଂଗ୍ରେସର ଅଭିଯୋଗ ଅନୁଯାୟୀ ମୁଖ୍ୟମନ୍ତ୍ରୀ ବିଧାନସଭାରେ wapcos କମ୍ପାନୀ ଯିଏ ସୁନ୍ଦରଗଡ଼ର ବିଜୁଳିବନ୍ଧ ପୋଖରୀର ସୌନ୍ଦର୍ଯ୍ୟକରଣର ଦୁର୍ନୀତିରେ ଯେଉଁ କମ୍ପାନି କଳା ତାଲିକାଭୁକ୍ତ ହୋଇଥିଲା ତାକୁ କେଉଁ ଆଧାରରେ ପୁନର୍ବାର ସେହି କମ୍ପାନୀକୁ ସରକାର କାର୍ଯ୍ୟ କରିବାକୁ ନିଷ୍ପତି ନେଇଛନ୍ତି। ସରକାରଙ୍କ ଏଭଳି ନିଷ୍ପତି କାରଣରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜୀବନ ମଧ୍ୟ ବିପଦ ମୁଖରେ ପଡିବ । ଏହି ଅଭିଯୋଗ କରି ତୁରନ୍ତ କାର୍ଯ୍ୟାଦେଶ ପ୍ରତ୍ୟାହାର ଦାବି କଲା କଂଗ୍ରେସ।

Leave a Reply

Your email address will not be published. Required fields are marked *