ରାଜଧାନୀରେ ଟ୍ରାଫିକ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ। ଏହି ସ୍ପେଶାଲ ଡ୍ରାଇଭରେ ବିଶେଷ କରି ଗାଡ଼ିରେ କଳା କାଚ, ବିକଟାଳ ହର୍ନ, ମୋଡିଫାଏଡ୍ ସାଇଲେନ୍ସରକୁ ଯାଞ୍ଚ କରାଯାଉଛି । ସେହିପରି ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ କରୁଛି ପୋଲିସ । ସେଥିପାଇଁ ରାଜଧାନୀର ବିଭିନ୍ନ ଛକ ଛକରେ ଜଗିଛିରହିଛି ପୋଲିସ । କମିଶନରେଟ ପୋଲିସ ଅମାନିଆ ଗାଡ଼ି ଚାଳକଙ୍କ ଉପରେ ଚଢାଉ ଜାରି ରଖିଛି। ଟ୍ରାଫିକ୍ ନିୟମ ନମାନୁଥିବା ଲୋକଙ୍କର କଟୁଛି ଚାଲାଣ । କେବଳ ଭୁବନେଶ୍ୱର ନୁହେଁ ସେହିପରି କଟକରେ ମଧ୍ୟ କଡାକଜି ଚେକିଂ ଆରମ୍ଭ ହୋଇଯାଇଛି । ଆଟିଓ ଏବଂ କମିଶନରେଟ ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଚେକିଂ କରାଯାଉଛି । ସୋମବାର ରାତିରେ ୧୯ଟି ଗାଡ଼ି ସିଜ୍ କରାଯାଇଥିବା ବେଳେ ୯୫ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ସୂଚନା ମିଳିଛି। Post navigation ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର ବଜେଟ୍ ଅଧିବେଶନ ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା