ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ୍ ଟ୍ରେନକୁ ପଥର ମାଡ଼ ହୋଇଛି । ଶନିବାର ସକାଳ ସମୟରେ ରେଙ୍ଗାଲି ଓ ଝାରସୁଗୁଡ଼ା ଷ୍ଟେସନ ମଧ୍ୟରେ ଟ୍ରେନର ଏସି ବଗି ବି-୭ର ସିଟ୍ ନମ୍ବର ୧୫ ପାଖ ଝରକାକୁ ପଥର ମାଡ଼ ହୋଇ ଟ୍ରେନ୍ କାଚ ଭାଙ୍ଗି ପଥର ବଗିରେ ଯାଇ ପଡ଼ିଥିବା କୁହାଯାଉଛି । ଯାତ୍ରୀମାନଙ୍କୁ କୌଣସି ପ୍ରକାର ଆଘାତ ଲାଗି ନ ଥିବା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ପଥରମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ କିଏ ପଥରମାଡ଼ କଲା ତାହା ଜଣାପଡ଼ି ନାହିଁ । ତେବେ ରେଲୱେ ପୋଲିସ ତଦନ୍ତ ଆରମ୍ଭ କରିଛି । ତପସ୍ୱିନୀ ଏକ୍ସପ୍ରେସ୍ ଟ୍ରେନକୁ ପ୍ରଥମ ଥର ପାଇଁ ଏଭଳି ପଥର ମାଡ଼ ହୋଇଥିବା ସୂଚନା ଆସୁଛି । Post navigation କ୍ୟାରିଅର୍ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଇତିହାସ ରଚିଲେ ଗୋଲଡେନ ବୟ ନୀରଜ ଚୋପ୍ରା ବିଜୁ ଜନତା ଦଳକୁ ନେଇ ଭୂପିନ୍ଦର ସିଂ ଙ୍କ ବିସ୍ଫୋରକ ବୟାନ