ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର। ବିଏସଏଫ, ସିଆଇଏସଏଫ ଏବଂ ଆରପିଏଫରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ଘୋଷଣା କରାଯାଇଛି। ଏହାସହିତ କନଷ୍ଟେବଳ ପାଇଁ ମଧ୍ୟ କୋହଳ ସୁବିଧା ମିଳିବ। ବୟସ ଓ ଶାରୀରିକ ପରୀକ୍ଷାରେ ମଧ୍ୟ ସୁବିଧା ମିଳିବ। ସେନାବାହିନୀରେ ଭର୍ତ୍ତି ହୋଇନଥିବା ଅଗ୍ନିବୀରଙ୍କୁ ରାଜ୍ୟରେ ୧୦% ସଂରକ୍ଷଣ ମିଳିବ ଏବଂ ଓଡ଼ିଶାରେ ୟୁନିଫର୍ମ ସେବାରେ ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ ସହ ବୟସ କ୍ଷେତ୍ରରେ ୫ ବର୍ଷ କୋହଳ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି।

ଭାରତୀୟ ସେନାରେ ଯୋଗଦେଇଥିବା ସବୁ ସୈନିକମାନେ ଆମର ଗର୍ବ ଓ ଗୌରବ। ଆମର ଅଗ୍ନିବୀରମାନେ ମଧ୍ୟ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅଗ୍ନିବୀର ଯୋଜନା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଏକ ଯୁଗାନ୍ତକାରୀ ଯୋଜନା। ଏହି ଯୋଜନା ଦେଶର ଯୁବସମାଜକୁ ଦକ୍ଷ, ସାହାସୀ ଓ ଯୋଗ୍ୟ କରିବାରେ ସହାୟକ ହୋଇଛି। ଜୀବନର ସବୁ କ୍ଷେତ୍ରରେ ଆହ୍ବାନକୁ ଗ୍ରହଣ କରିପାରୁଥିବା ଯୁବସମାଜ ଗଠନରେ ଏହି ଯୋଜନାର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

Leave a Reply

Your email address will not be published. Required fields are marked *