ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଦିଲ୍ଲୀ ଗସ୍ତ । ସଭାପତି ଭାବେ ପୁନଃ ନିର୍ବାଚିତ ହେବା ପରେ ଏହା ତାଙ୍କର ୨ୟ ଥର ଦିଲ୍ଲୀ ଗସ୍ତ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀ ଗଲେ ମନମୋହନ । ଗତକାଲି ରାଜ୍ୟପାଳଙ୍କୁ ଭେଟିଥିବା ବେଳେ ଆଜି ସଭାପତି ମନମୋହନ ସାମଲଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀରେ ଶୀର୍ଷ ନେତାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ପାରନ୍ତି ମନମୋହନ । ମନମୋହନଙ୍କ ସହ ଦିଲ୍ଲୀ ଗସ୍ତରେ ଅଛନ୍ତି ସଂଗଠନ ସା. ସମ୍ପାଦକ ମାନସ ମହାନ୍ତି ।

ସୂଚନା ଯୋଗ୍ୟ; ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ରାଜଭବନରେ ଭେଟିଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭାମପାଟିଙ୍କୁ । ସୋମବାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କେଉଁ ବିଷୟରେ ଆଲୋଚନା ହୋଇଛି ତାହା ସ୍ପଷ୍ଟ କରାଯାଇନାହିଁ । ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର ଅନ୍ୟ ପ୍ରସଙ୍ଗ ସହ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଉପରେ ଆଲୋଚନା ହୋଇଥିଲା। ଏହି ଚର୍ଚ୍ଚା ମଧ୍ୟରେ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *