stalin-announces-tamil-nadu-literary-awards-for-7-languages
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ସାତଟି ଭାରତୀୟ ଭାଷାରେ ଉତ୍କୃଷ୍ଟ କୃତିକୁ ସମ୍ମାନିତ କରିବା ପାଇଁ ବାର୍ଷିକ ଜାତୀୟ ସ୍ତରୀୟ ସାହିତ୍ୟ ପୁରସ୍କାର “ସେମ୍ମୋଝି ସାହିତ୍ୟିକ ପୁରସ୍କାର” ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି ।
 
ଚେନ୍ନାଇ ଆନ୍ତର୍ଜାତୀୟ ପୁସ୍ତକ ମେଳା (ସିଆଇବିଏଫ୍‌) ରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଡିସେମ୍ବର ମାସରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ହସ୍ତକ୍ଷେପ ପରେ ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୫ ରଦ୍ଦ କରାଯିବା ପରେ ଷ୍ଟାଲିନ ଏଭଳି ଘୋଷଣା କରିଛନ୍ତି ।
 
ପ୍ରଥମ ପର୍ଯ୍ୟାୟରେ, ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ, ଓଡ଼ିଆ, ବଙ୍ଗାଳୀ ଓ ମରାଠୀ ଭାଷାରେ ଲେଖାଗୁଡ଼ିକୁ ସ୍ୱୀକୃତି ଦିଆଯିବ। ପ୍ରତ୍ୟେକ ପୁରସ୍କାର ପାଇଁ ୫ ଲକ୍ଷ ଟଙ୍କାର ନଗଦ ଦିଆଯିବ ।
 
ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ ସାହିତ୍ୟିକ ମାନଦଣ୍ଡ ବଜାୟ ରଖିବା ପାଇଁ, ପ୍ରତ୍ୟେକ ଭାଷା ପାଇଁ ବିଶିଷ୍ଟ ଲେଖକ ଏବଂ ପୁରସ୍କାର ବିଜେତା ଲେଖକମାନଙ୍କୁ ନେଇ ପୃଥକ ଚୟନ କମିଟି ଗଠନ କରାଯିବ ।
 
କହିରଖୁଛୁ ଯେ, ପୂର୍ବରୁ ଏମ୍‌କେ ଷ୍ଟାଲିନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ ବିଭିନ୍ନ ଭାଷାର ଉନ୍ନତି ପାଇଁ ପାଣ୍ଠି ଯୋଗାଇଲା ବେଳେ ପାତର ଅନ୍ତର କରାଯାଉଛି । କେନ୍ଦ୍ର ସରକାର ସଂସ୍କୃତ ଭାଷା ପ୍ରତି ଅହେତୁକ ଭଲ ପାଇବା ଦେଖାଉଛନ୍ତି, ଅନ୍ୟପକ୍ଷରେ ତାମିଲ ଓ ଅନ୍ୟାନ୍ୟ ଦକ୍ଷିଣ ଭାରତୀୟ ଭାଷାଗୁଡ଼ିକୁ ଅବହେଳା କରୁଛନ୍ତି।

By Nirvay

Leave a Reply

Your email address will not be published. Required fields are marked *