ଚିକିଟି ମଦମୃତ୍ୟୁ ମାମଲାରେ ବିଜେଡିକୁ ଟାଣିଲେ ବିଜେପି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ । ଚିକିଟି ବିଧାୟକ ଗଣମଧ୍ୟାରେ ପ୍ରତିକ୍ରିୟା ଦେଇ କହିଛନ୍ତି ବର୍ଷ ବର୍ଷ ଧରି ବିଜେଡି ଲିଙ୍କ୍‌ରେ ଚାଲିଥିଲା ମଦ କାରବାର । ଏକଥା ମୁଁ କହୁ ନାହିଁ ମଦ ପିଇ ଅସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ କହିଛନ୍ତି । ଆଉ ଏବେ ବିଧାନସଭାରେ ବିଜେଡି ଏ ପ୍ରସଙ୍ଗ ଉଠାଉଛନ୍ତି । ତଦନ୍ତ ହେଲେ ଜଣାପଡ଼ିବ ଏଥିରେ କେଉଁ ମାନଙ୍କ ସମ୍ପୃକ୍ତି ରହିଛି । ଏଥିରେ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ତାହା ସାମ୍ନାକୁ ଆସିବ । ସରକାରଙ୍କୁ ବଦନାମ କରିବାକୁ ଏହା ବିଜେଡିର ଚକ୍ରାନ୍ତ ବୋଲି କହିଛନ୍ତି ବିଧାୟକ ।

ସୁଚନ ମୁତାବକ; ଗଞ୍ଜାମ ଜିଲ୍ଲା ଚିକିଟିରେ ଶସ୍ତା ବିଷାକ୍ତ ମଦ ପିଇ ୨୦ରୁ ଅଧିକ ଜଣ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଆଇସିୟୁରେ ୨ ଜଣ ଭର୍ତ୍ତି ହୋଇଥିଲେ। ସେପଟେ ଏହାକୁ ନେଇ ତେଜିଛି ବିରୋଧ ।

Leave a Reply

Your email address will not be published. Required fields are marked *