କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ସୁରଜ ସୂର୍ଯ୍ୟବଂଶ ଆଜି କଳିଙ୍ଗ ଷ୍ଟାଡିୟମରେ ସମୀକ୍ଷା କରିଛନ୍ତି । ମନ୍ତ୍ରୀ ପଦ ଘୋଷଣା ପରେ ପ୍ରଥମ ଥର କରି କଳିଙ୍ଗ ଷ୍ଟାଡିୟମରେ ଷ୍ଟାଡିୟମରେ ପହଞ୍ଚି କ୍ରୀଡା ବିଭାଗର ସମୀକ୍ଷା କରୁଛନ୍ତି ସୂରଜ। କଳିଙ୍ଗ ଷ୍ଟାଡିୟମରେ ଆଜି ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ସୁରଜ କହିଛନ୍ତି, କ୍ରୀଡା ପାଇଁ ବିଗତ ଦିନରେ କି କି ପଦକ୍ଷେପ ନିଆଯାଇଛି ଓ ବାସ୍ତବରେ କେତେ କାର୍ଯ୍ୟକ୍ଷମ ହୋଇଛି ତାର ସମୀକ୍ଷା କରାଯାଇଛି। ଆଗକୁ ପୁଙ୍ଖାନୁପୁଙ୍ଖ ଏହାର ସମୀକ୍ଷା ହେବ। ଓଡ଼ିଶା ପ୍ରାଦେଶିକ ସ୍ଥରରେ ଭଲ କରୁଛି ଆନ୍ତର୍ଜାତୀୟ ସ୍ତରରେ ପରିଚୟ ତିଆରି କରିବାକୁ ଆବଶ୍ୟକ ରହିଛି। ଆମେ ଲକ୍ଷ୍ୟ ରଖିଛୁ ଯେତେବେଳେ ଓଡ଼ିଶା ଶତବାର୍ଷିକ ପୂରଣ କରିବ ସେତେବେଳେ ଓଡିଶା ବିଶ୍ଵ କ୍ରୀଡା ଜଗତରେ କ୍ରୀଡା ରାଜଧାନୀ ଭାବେ ପରିଚିତ ହେବ। ଆଜିଠୁ ପ୍ରୋଗ୍ରାମ ମୋଡରେ ନୁହେଁ ପ୍ରୋଜେକ୍ଟ ମୋଡରେ ଯିବୁ। ବିଶ୍ଵ ଯୋଗ ଦିବସ କିଭଳି ବଡ଼ ଆକାରରେ ପାଳନ ହୋଇପାରିବ ସେ ବିଷୟରେ ଆଜି ଆଲୋଚନା ହୋଇଛି। ଭିତ୍ତିଭୂମି ଉନ୍ନତିର ଆହୁରି ଆବଶ୍ୟକତା ରହିଛି। ଭିତ୍ତିଭୂମି ପହଞ୍ଚିଛି କିନ୍ତୁ ଭଲ ଭାବେ ତୃଣମୂଳସ୍ଥରରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ। ବୈଠକରେ କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା, ପ୍ରମୁଖ ସଚିବ ଅରବିନ୍ଦ ଅଗ୍ରୱାଲ, ହକି ପ୍ରମୋସନ କାଉନସିଲ ଚେୟାରମ୍ୟାନ ଦିପାଙ୍କର ମହାପାତ୍ର ଓ ଯୁଗ୍ମ ସଚିବ ଉପସ୍ଥିତ ଅଛନ୍ତି । ବର୍ତ୍ତମାନ ସମୟରେ ରାଜ୍ୟରେ କ୍ରୀଡାକୁ ନେଇ କ’ଣ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କିତ ବିଷୟ ନେଇ ଅଧିକାରୀଙ୍କ ସହ ଆଲୋଚନା ହୋଇଥିବା ସୂଚନା ମିଳିଛି । Post navigation କଳିଙ୍ଗ ଷ୍ଟାଡିୟମ ଭିତରକୁ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ବେଙ୍ଗଲ ରେଳ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୫ ଛୁଇଁଲା; ୬୦ ଆହତ