ପ୍ରକାଶ ପାଇଲା ସ୍ପେଶାଲ ଓଟିଇଟି-୨୦୨୫ ରେଜଲ୍ଟ । ସେପ୍ଟେମ୍ବର ୨୭ ତାରିଖରେ ହୋଇଥିବା ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି । ପେପର ୧ ରେ ୧୨ ହଜାର ୯୮୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପାସ ହାର ୪୭.୧୭ ପ୍ରତିଶତ ରହିଛି । ସେହିପରି ପେପର ୨ ରେ ୩୫ ହଜାର ୧୬୫ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପାସ୍ ହାର ୭୮.୩୫ ପ୍ରତିଶତ ରହିଛି । ମୋଟ ୪୮ ହଜାର ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ସୂଚନା ଦିଆଯାଇଛି । ମୋଟ ପାସ୍ ହାର ୬୬.୫% ପ୍ରତିଶତ ରହିଛି । ବୋର୍ଡ ୱେବସାଇଟ୍ www.bseodisha.ac.in ରେ ରେଜଲ୍ଟ ଉପଲବ୍ଧ ରହିଛି । ବିଦ୍ୟାର୍ଥୀମାନେ ନିଜର ରୋଲ୍ ନମ୍ୱର ଜରିଆରେ ରେଜଲ୍ଟ ଦେଖିପାରିବେ । ପରୀକ୍ଷା ପାଇଁ ୭୫,୪୦୩ ଜଣ ପ୍ରାର୍ଥୀ ପଞ୍ଜିକରଣ କରିଥିବାବେଳେ ୭୨,୪୧୩ ଜଣ ପରୀକ୍ଷା ଦେଇଥିଲେ । ପ୍ରଶ୍ନପତ୍ର ତ୍ରୁଟି ଯୋଗୁଁ ପୂର୍ବ ପରୀକ୍ଷା ବାତିଲ ହେବା ପରେ ସେପ୍ଟେମ୍ବର ୨୭ ତାରିଖରେ ସ୍ୱତନ୍ତ୍ର OTET (ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା) କରାଯାଇଥିଲା । Post navigation Jay Dholakia Gets Grand Welcome: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା