ଏବେ ସହଜରେ ଓଡ଼ିଶା ବାସୀ କରିପାରିବେ ଚାରି ଧାମକୁ ଯାତ୍ରା । ଗୋଟିଏ ବସରେ ବସି ଶ୍ରଦ୍ଧାଳୁମାନେ ଚାରି ଧାମ ଦର୍ଶନ କରିପାରିବେ ରାଜ୍ୟବାସୀ। ପୁରୀରୁ ଅଯୋଧ୍ୟା,ତିରୁପତି,ମଥୁରା ଓ ବୃନ୍ଦାବନ ଭଳି ରାଜ୍ୟ ବାହାରେ ଥିବା ବିଭିନ୍ନ ତୀର୍ଥକ୍ଷେତ୍ରକୁ ସ୍ୱତନ୍ତ୍ର ବସ୍ ସେବା ଯୋଗାଇଦେବେ ରାଜ୍ୟ ସରକାର । ଏ ନେଇ ସୂଚନା ଦେଇଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ।

ପରିବହନ ମନ୍ତ୍ରୀ କହିଛନ୍ତି, ଚାରି ଧାମ ଯାତ୍ରା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ବସର ବ୍ୟବସ୍ଥା କରିବାକୁ ଯାଉଛନ୍ତି । ଯେଉଁବସ୍ ଭୁବନେଶ୍ୱରରୁ ବାହାରି ଚାରି ଧାମ ବୁଲିବ । ସେହିପରି ଅନ୍ୟ ତୀର୍ଥ ସ୍ଥାନ ପୁରୀରୁ ଅଯୋଧ୍ୟା, ତିରୁପତି, ମଥୁରା ଓ ବୃନ୍ଦାବନ ଭଳି ତୀର୍ଥ କ୍ଷେତ୍ରକୁ ସ୍ୱତନ୍ତ୍ର ବସ୍ ସେବା ଯୋଗାଇଦେବେ ସରକାର । ଏଥିପାଇଁ ଭଲ ଓ ସ୍ୱତନ୍ତ୍ର ବସ୍ ଅଣାଯାଇଛି । ତୀର୍ଥଯାତ୍ରାର ମାର୍ଗ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି । ଏହା ସହ ଶ୍ରଦ୍ଧାଳୁମାନଙ୍କୁ ରିହାତି ମୂଲ୍ୟରେ ବସ ସେବା ଯୋଗାଇ ଦିଆଯିବ । ଖାଲି ସେତିକି ନୁହେଁ, ମହିଳାଙ୍କ ପାଇଁ ସ୍ୱତନ୍ତ୍ର ରିହାତି ରହିବ ।

 

Leave a Reply

Your email address will not be published. Required fields are marked *