ଗର୍ଭବତୀ ଓ ଶିଶୁମାନଙ୍କୁ ଦିଆଯାଉଥିବା ଛତୁଆର ଦୁର୍ନୀତି ମାମଲାକୁ ନେଇ ଗୃହରେ ଏକାଧିକ ବିଧାୟକଙ୍କ ଉଦ୍‌ବେଗ । ଛତୁଆର ମାନ ନିର୍ଦ୍ଧାରଣ ନେଇ ସରକାର କଣ କଣ ପଦକ୍ଷେପ ନେଇଛନ୍ତି ବୋଲି ଗୃହରେ ଏକାଧିକ ବିଧାୟକ ପ୍ରଶ୍ନ କରିବା ସହ ଉଦବେଗ ପ୍ରକାଶ କରିବା ପରେ ଗୃହରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ବାଚସ୍ପତି। ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶଦେଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହା ସହ ୫ ବର୍ଷରେ କେଉଁ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ତାହାର ବିବରଣୀ ମାଗିବା ସହ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ସବୁ ଏଜେନ୍ସି ସହ ଛତୁଆର ମାନ ଯାଞ୍ଚ କରି ରିପୋର୍ଟ ଦିଆଯିବ । ସେହି ରିପୋର୍ଟ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *