୨୭ ବର୍ଷ ପରେ ଆଇସିସି ଟ୍ରଫି ଜିତି ପାରିଛି ଦକ୍ଷିଣ ଆଫ୍ରିକା।ଐତିହାସିକ ଲର୍ଡ୍ସ ମଇଦାନରେ ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା। ବିଶ୍ଵ ଟେଷ୍ଟ ଚମ୍ପିଆନଶିପ(ଡବ୍ଲ୍ୟୁଟିସି)ର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୫ ଉଇକେଟରେ ହରାଇ ଏହି ଆଇସିସି ଟ୍ରଫି ହାସଲ କରିଛି। ଆଇସିସି ଟୁର୍ଣ୍ଣାମେଣ୍ଟକୁ ମିଳିଛି ନୂଆ ଚାମ୍ପିଅନ। ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଡବ୍ଲ୍ୟୁଟିସି ଟାଇଟଲ୍ ଜିତିଛି।

ଅଷ୍ଟ୍ରେଲିଆର ଲର୍ଡ୍ସ ପଡ଼ିଆରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୧୨ ରନ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୩୮ ରନ କରିଥିଲା। ୨ୟ ପାଳିରେ ଅଷ୍ଟ୍ରେଲିଆ ୨୦୭ ରନ କରିବା ସହିତ ଦକ୍ଷିଣ ଆଫ୍ରିକାକୁ ୨୮୨ ରନର ବିଜୟଲକ୍ଷ୍ୟ ଦେଇଥିଲା। ଏହି ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୫ ଉଇକେଟ ହରାଇ ସଂଗ୍ରହ କରିନେଇଥିଲା। ୨୮୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକାକୁ ୯ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ରିୟାନ ରିକଲଟନ ୬ ରନ କରି ଆଉଟ୍ ହୋଇଥିଲେ।

ଏହା ପରେ ଆଡନ ମାରକ୍ରମ ଓ ଓ୍ଵିୟାନ ମୁଲଡର କ୍ରିଜରେ ଜମି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୧ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଥିଲେ। ମୁଲଡର ୨୭ ରନ କରି ପାଭିଲିୟନ ଫେରିଥିଲେ। ଆଡନ ମାରକ୍ରମ କ୍ରିଜରେ ଜମି ରହିଥିବା ବେଳେ ଅଧିନାୟକ ତେମ୍ବା ବାଭୁମା ତାଙ୍କୁ ଉତ୍ତମ ସହଯୋଗ କରିଥିଲେ। ଦୁଇ ବ୍ୟାଟର କଙ୍ଗାରୁ ବୋଲରଙ୍କ ଉଚିତ୍ ମୁକାବିଲା କରି ନାକେଦମ କରିଥିଲେ। ଖେଳର ତୃତୀୟ ଦିନରେ ମାରକ୍ରମ ଶତକ ଓ ବାଭୁମା ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଚତୁର୍ଥ ଦିନ ଖେଳ ଆରମ୍ଭରେ ବାଭୁମା ଆଉଟ୍ ହୋଇଥିଲେ। ଶେଷରେ ଦଳ ୫ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ଡବ୍ଲ୍ୟୁଟିସି ଟ୍ରଫି ଜିତିଛି। ଏହା ପୂର୍ବରୁ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୨୧୨ ରନ କରିଥିଲା।

Leave a Reply

Your email address will not be published. Required fields are marked *