ବାଲେଶ୍ବର ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଏବିଭିପି। ନ୍ୟାୟ ଦାବି ନେଇ ବାଣୀବିହାରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ବିକ୍ଷୋଭ ପ୍ରଦର୍ଶନ । ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆଇନଯୁକ୍ତ ସ୍ଥାୟୀ ICC ଗଠନ ଦାବି କରିଛି ଏବିଭିପି । ଏହା ସହ ଇଣ୍ଟରନାଲ କମିଟିର ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛି ଏବିଭିପି। ଛାତ୍ର କଂଗ୍ରେସର କିଛି ନେତା ପୀଡ଼ିତାଙ୍କୁ ସୋସିଆଲ ମିଡିଆରେ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇଥିବା ଦେଖିବାକୁ ମିଳିଛି। ତେଣୁ ଉସୁକାଉଥିବା ଦୁଇ ଛାତ୍ର କଂଗ୍ରେସ ନେତାଙ୍କ ଗିରଫ ଦାବି କରିଛି ଏବିଭିପି । ଏହି ସମୟରେ ଆନ୍ଦୋଳନ କରୁଥିବା ଏବିଭିପି କର୍ମୀଙ୍କୁ ରାଜରାସ୍ତାରୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି । Post navigation ବିଜେଡିର ଶାନ୍ତିପୂର୍ଣ୍ଣ ପ୍ରତିବାଦ ଉପରେ ପୋଲିସର ଅମାନୁଷିକ ଆକ୍ରମଣକୁ ନବୀନଙ୍କ ଦୃଢ଼ ନିନ୍ଦା ଇତିଶ୍ରୀ ବି ସମସ୍ତଙ୍କୁ ଗୁହାରୀ କରି ପୋଡ଼ି ମରିଥିଲେ