ଆଜି କିମ୍ବା ଆସନ୍ତାକାଲି ରତ୍ନଭଣ୍ତାର ଖୋଲିବା ନେଇ ଆସିବ ଏସଓପି। ଆଇନଗତ ଓ ବିଭିନ୍ନ ଦିଗ ଉପରେ ତର୍ଜମା ଚାଲିଛି। ଏ ନେଇ ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି । ଆସନ୍ତା ୧୪ରେ ରତ୍ନଭଣ୍ତାର ଖୋଲିବା ନିଷ୍ପତ୍ତି ନିଆଯାଇଛି। ବିଧିବଦ୍ଧ ତାରିଖ ଘୋଷଣାକୁ ଲକ୍ଷ ଲକ୍ଷ ଜଗ୍ନନାଥପ୍ରେମୀ ଅପେକ୍ଷା କରିଛନ୍ତି। ଧାର୍ଯ୍ୟ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ ବୋଲି କହିଲେ ଆଇନ ମନ୍ତ୍ରୀ। ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ତଦାରଖ କମିଟି ନିଷ୍ପତ୍ତି ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ମୋହର ମାରିସାରିଛି।

Leave a Reply

Your email address will not be published. Required fields are marked *