ବିବାହ ପରେ ମେଘାଳୟ ବୁଲିବାକୁ ଯାଇ ନିଖୋଜଥିବା ଇନ୍ଦୋରର ନବ ଦମ୍ପତ୍ତି ରାଜା ରଘୁବଂଶୀ ଏବଂ ସୋନମ୍ ରଘୁବଂଶୀଙ୍କ ମାମଲାର ଘଟଣା ସାରା ଦେଶକୁ ଥରାଇ ଦେଇଛି । ରାଜା ରଘୁବଂଶୀଙ୍କ ହତ୍ୟା ଓ ସୋନମ ରଘୁବଂଶୀଙ୍କ ନିଖୋଜ ମାମଲାରେ ଏକ ବଡ଼ ଖୁଲାସା ହୋଇଛି ପୋଲିସ। ହତ୍ୟାକାଣ୍ଡର ୭ଦିନ ପରେ ରାଜା ରଘୁବଂଶୀଙ୍କ ସ୍ତ୍ରୀ ସୋନମକୁ ଗିରଫ କରି ପୁରା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ । ପୋଲିସ ଉତ୍ତର ପ୍ରଦେଶର ଗାଜିପୁରରୁ ପତ୍ନୀ ସୋନମ ରଘୁବଂଶୀଙ୍କୁ ଉଦ୍ଧାର କରିଛି। ହତ୍ୟାକାଣ୍ଡ ପରେ ସୋନମ ନିଖୋଜ ଥିବା ଚର୍ଚ୍ଚା ହେଉଥିବା ବେଳେ ସେ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହିଛି । ସୋନମ୍ ରଘୁବଂଶୀ ସମେତ ୪ଜଣଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ମେଘାଳୟ ଡିଜିପି କହିଛନ୍ତି ମେଘାଳୟ ଏବଂ ମଧ୍ୟପ୍ରଦେଶ ପୋଲିସ ସୋନମ ଏବଂ ରାଜାଙ୍କ ନିଖୋଜ ଘଟଣାର ନିରନ୍ତର ତଦନ୍ତ କରୁଥିଲେ। ତଦନ୍ତ ରୁ ଜାଣିବାକୁ ମିଳିଥିଲା ଯେ ସୋନମ ରଘୁବଂଶୀ ତାଙ୍କ ସ୍ୱାମୀ ରାଜାଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। ସେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲେ। ମେଘାଳୟ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୋନମ ତାଙ୍କ ସ୍ୱାମୀ ରାଜାଙ୍କୁ ଏକ କଣ୍ଟ୍ରାକ୍ଟ କିଲର ମାଧ୍ୟମରେ ହତ୍ୟା କରାଇଥିଲେ। ଏହି ହତ୍ୟାକାଣ୍ଡରେ ସାମିଲ୍ ଥିବା ଜଣେ ଅଭିଯୁକ୍ତ ଉତ୍ତର ପ୍ରଦେଶରୁ ଧରାପଡ଼ିଥିଲେ, ଯେତେବେଳେ ଅନ୍ୟ ଦୁଇଜଣଙ୍କୁ ଇନ୍ଦୋରରୁ ଏସ୍ଆଇଟି ଧରିଥିଲା। ମୁଖ୍ୟ ଅଭିଯୁକ୍ତ ସୋନମ ଉତ୍ତରପ୍ରଦେଶର ନନ୍ଦଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିଲେ ଏବଂ ପରେ ତାଙ୍କୁ ଗିରଫ କରାଯାଇଥିଲା। ଅନ୍ୟପଟେ ରାଜା ଏବଂ ସୋନମଙ୍କ ପରିବାର ସୋନମଙ୍କୁ ସମର୍ଥନ କରୁଥିବା ଜଣାପଡିଛି । ପରିବାର ଲୋକେ ମେଘାଳୟ ପୋଲିସକୁ ଦାୟୀ କରିଥିବା ଜଣାପଡିଛି। ସେ କହିଛନ୍ତି ସୋନମଙ୍କୁ ପୋଲିସ ଫସେଇ ଦେଇଛି । ସୂଚନାଯୋଗ୍ୟ, ଇନ୍ଦୋର ଦମ୍ପତି ୧୧ ମେ’ ୨୦୨୫ରେ ବିବାହ ପରେ ହନିମୁନ୍ ପାଇଁ ଶିଲଂ ଯାଇଥିଲେ। ସେମାନେ ୨୦ ମେ’ରେ ମେଘାଳୟରେ ପହଞ୍ଚିଥିଲେ ଏବଂ ୨୩ ମେ’ରେ ଶେଷ ଥର ପାଇଁ ପରିବାର ସହିତ କଥା ହୋଇଥିଲେ। ଏହା ପରେ ସେମାନଙ୍କ ଉଭୟଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା। ସୋହରରିମ ଅଞ୍ଚଳରେ ଦମ୍ପତିଙ୍କ ଭଡ଼ା ନେଇଥିବା ସ୍କୁଟି ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା। ତା’ପରେ ୨ ଜୁନ ରେ ମେଘାଳୟରେ ହିଁ ରାଜା ରଘୁବଂଶୀଙ୍କ ମୃତଦେହ ଏକ ପାହାଡ଼ର ନିକଟରେ ମିଳିଥିଲା। ରାଜା ରଘୁବଂଶୀଙ୍କ ପରିବାର ହୋଟେଲ ଏବଂ ସିଲଂର ସ୍ଥାନୀୟ ଲୋକଙ୍କ ଉପରେ ଅଭିଯୋଗ କରିଥିଲେ ଯେ ସେମାନେ ରାଜା ଏବଂ ସୋନମଙ୍କ ସହିତ କିଛି ଭୁଲ କରିଛନ୍ତି। ତଦନ୍ତ ସମୟରେ ପୋଲିସ ରାଜାଙ୍କ ମୃତଦେହ ଏବଂ ସୋନମଙ୍କ ଜ୍ୟାକେଟ୍ ପାଇଥିଲା ଯେଉଁଥିରେ ରକ୍ତ ଦାଗ ଥିଲା। ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। ସ୍ତ୍ରୀ ସୋନମଙ୍କ କୌଣସି ସନ୍ଧାନ ମିଳି ନ ଥିଲା, ଯାହା ଫଳରେ ପରିବାର ଅପହରଣ କରାଯାଇଥିବା ସନ୍ଦେହ କରାଯାଇଥିଲା। Post navigation ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ନାରୀ ଶକ୍ତି ମେଳା ମୁମ୍ବାଇରେ ଅଘଟଣ: ଚଳନ୍ତା ଟ୍ରେନରୁ ପଡ଼ି ପାଞ୍ଚ ମୃତ, ଅନେକ ଆହତ