Sonam confessed her crime in front of SIT
ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ମୃତ ରାଜା ରଘୁବଂଶୀଙ୍କ ପତ୍ନୀ ସୋନମ ରଘୁବଂଶୀ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଥିବା ଏସଆଇଟି ଆଗରେ ସ୍ୱୀକାର କରିଛି ।
 
ଆଜିକୁ ଠିକ ମାସକ ତଳେ ରାଜା ରଘୁବଂଶୀଙ୍କୁ ବିବାହ କରିଥିଲେ ସୋନମ ରଘୁବଂଶୀ । ଆଜି ଏସଆଇଟି ଦ୍ୱାରା ଦେଖାଯାଇଥିବା ପ୍ରମାଣ ଦେଖି ସୋନମ ନିଜ ସ୍ୱାମୀଙ୍କୁ ମେଘାଳୟକୁ ହନିମୁନ ଟ୍ରିପ ସମୟରେ ସୁପାରି କିଲରଙ୍କ ଦ୍ୱାରା ହତ୍ୟା କରିଥିବା ବିଧିବଦ୍ଧ ଭାବେ ପୋଲିସ ଆଗରେ ସ୍ୱୀକାର କରିଛି ।
 
ସୋନମ ରଘୁବଂଶୀର ଭାଇ ଗୋବିନ୍ଦ ଆଜି ରାଜାଙ୍କ ଘରକୁ ଯାଇ ତାଙ୍କ ମା’ଙ୍କୁ ଭେଟିଥିଲେ । ରାଜା ରଘୁବଂଶୀଙ୍କ ମାଙ୍କୁ ସାନ୍ତ୍ୱନା ଦେବାବେଳେ ସୋନମ ସହିତ ସେ ଓ ତାଙ୍କ ପରିବାର ସବୁ ସମ୍ପର୍କ ଚ୍ଛିନ୍ନ କରିଥିବା କଥା କହିଥିଲେ ।
 
ରାଜା ରଘୁବଂଶୀ ହତ୍ୟା ମାମଲାରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ମେଘାଳୟ ପୋଲିସ ଗିରଫ କରିଛି ।

By Nirvay

Leave a Reply

Your email address will not be published. Required fields are marked *