ଅଯୋଧ୍ୟା ରାମ ମନ୍ଦିର ସୁରକ୍ଷାରେ ନିୟୋଜିତ ଥିବା ସ୍ପେଶାଲ ସିକ୍ୟୁରିଟି ଫୋର୍ସର ଜଣେ ଯବାନଙ୍କର ସନ୍ଦିଗ୍ଧ ଅବସ୍ଥାରେ ଗୁଳି ଲାଗିବାରୁ ମୃତ୍ୟୁ ହୋଇଛି। ଗୁଳି କେଉଁ ପରିସ୍ଥିତିରେ ତାଙ୍କ ଦେହରେ ବାଜିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନା ପାଇ ଏସ୍‌ଏସ୍‌ପି ଅ।ଇଜିଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ସ୍ଥାନୀୟ ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଏହି ଯବାନ ଜଣକ ଅମ଼୍େବଦକର ନଗର ଅଞ୍ଚଳର। ବୁଧବାର ସକାଳୁ ସକାଳୁ ଗୁଳି ଚାଳନା ଶବ୍ଦରେ ମନ୍ଦିରର ପରିସରରେ ଆତଙ୍କ ଖେଳିଯାଇଥିଲା। ପରେ ଯବାନଙ୍କ ଦେହରେ ଗୁଳି ଲାଗିଥିବା ଜଣାପ଼ଡ଼ିଥିଲା। ଯବାନଙ୍କ ନାମ ଶତ୍ରୁଘ୍ନ ବିଶ଼୍ବକର୍ମା (୨୫) ।

ଶତ୍ରୁଘ୍ନଙ୍କ ଦେହରେ ଗୁଳି ବାଜିବା ପରେ ସାଥୀ ଯବାନମାନେ ତାଙ୍କ ନିକଟକୁ ଦୌଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଟ୍ରମା କେୟାରକୁ ରେଫର କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *