ଭାଙ୍ଗିଲା ବହୁ ଚର୍ଚ୍ଚିତ ଯୋଡି ମହିଳା କ୍ରିକେଟର ସ୍ମୃତି ମନ୍ଧାନା ଓ ସଙ୍ଗୀତ ନିର୍ଦ୍ଦେଶକ ପଲାସ ମୁଚ୍ଚଲଙ୍କ ବାହାଘର । ଏବେ ସ୍ମୃତି ଏବଂ ପଲାଶ ଉଭୟ ଏହାକୁ ବିବାହ କରିବେନି ବୋଲି କନଫର୍ମ କରିଛନ୍ତି। ଏନେଇ ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ପଲାଶ ମୁଚ୍ଚଲଙ୍କ ସହ ବିବାହ ସ୍ଥଗିତ ରହିବା ନେଇ ସ୍ମୃତି ଏବେ ନିଜର ନୀରବତା ଭାଙ୍ଗିଛନ୍ତି । ସେ ସୋସିଆଲ ମିଡିଆରେ ନିଜର ବିବାହ ବାତିଲକୁ ଗ୍ରହଣ କରି ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଯେ “ବିବାହ ବାତିଲ ହୋଇଛି”। ଏହା ସହ ପଲାଶ ଏକ ପୋଷ୍ଟ ସେୟାର କରି ନିଶ୍ଚିତ କରିଛନ୍ତି ଯେ ସେମାନେ ବିବାହ କରିବେ ନାହିଁ। ଉଭୟେ ସେମାନଙ୍କ ଜୀବନରେ ଆଗକୁ ବଢ଼ିବାକୁ ଚାହାଁନ୍ତି। ପଲାଶ ତାଙ୍କ ପୋଷ୍ଟରେ ଆହୁରି ଲେଖିଛନ୍ତି, “ମୁଁ ଜୀବନରେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛି। ମୁଁ ମୋର ବ୍ୟକ୍ତିଗତ ସମ୍ପର୍କରୁ ଓହରି ଯାଉଛି।” ଏହା ମୋ ଜୀବନର ସବୁଠାରୁ କଷ୍ଟକର ସମୟ, ଏବଂ ମୁଁ ମୋର ବିଶ୍ୱାସରେ ସ୍ଥିର ରହି ଏହାକୁ ସୁନ୍ଦର ଭାବରେ ପରିଚାଳନା କରିବି। “ମୁଁ ଆନ୍ତରିକ ଭାବରେ ଆଶା କରୁଛି ଯେ ଆମେ ଏକ ସମାଜରେ କାହା ଉପରେ କିଛି ନ ଜାଣି କହିବା ଠିକ ନୁହେଁ । ଯାହା ଆମକୁ ବହୁତ ଆଘାତ ଦେଇପାରେ। ପଳାଶ ଆହୁରି କହିଛନ୍ତି ଯେ ତାଙ୍କ ବିଷୟରେ ମିଥ୍ୟା ସୂଚନା ପ୍ରସାରଣ କରୁଥିବା ଲୋକଙ୍କ ବିରୁଦ୍ଧରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।, “ଯେତେବେଳେ ଆମେ ଏହି ବିଷୟଗୁଡ଼ିକ ଉପରେ ବିଚାର କରୁଛୁ, ବିଶ୍ୱର ଅନେକ ଲୋକ ଗମ୍ଭୀର ପରିଣାମର ସମ୍ମୁଖୀନ ହେଉଛନ୍ତି। ମୋ ଟିମ୍ ମିଥ୍ୟା ଏବଂ ମାନହାନିଜନକ ସୂଚନା ପ୍ରସାରଣ କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏହି କଷ୍ଟକର ସମୟରେ ଯେଉଁମାନେ ମୋତେ ସମର୍ଥନ କରିଛନ୍ତି ସେମାନଙ୍କୁ ମୁଁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛି।” ପୂର୍ବରୁ ସ୍ମୃତିଙ୍କ ହଳଦୀ-ମେହେନ୍ଦୀ କାର୍ଯ୍ୟକ୍ରମ ଧୁମଧାମରେ ହୋଇଥିଲା । ଏପରିକି କନ୍ୟାପକ୍ଷ ଓ ବରପକ୍ଷ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ ବି ଖେଳିଥିଲେ । ଗତ ନଭେମ୍ବର ୨୩ ତାରିଖରେ ବାହାଘର ହେବାର ଥିଲା । ସେହିଦିନ ବାହାଘର ହୋଇପାରିନିଲା । ଏହାପରଠୁ ବାହାଘର ଭାଙ୍ଗିଥିବା ନେଇ ଚର୍ଚ୍ଚା ଲାଗି ରହିଥିଲା । ତେବେ ଏହି ଖବରରେ ଏବେ ପୂର୍ଣ୍ଣଛେଦ ପଡିଛି। ସୂଚନାଯୋଗ୍ୟ ଯେ ପଲାଶ ମୁଛଲ ଏବଂ ସ୍ମୃତି ମନ୍ଧାନାଙ୍କ ସଙ୍ଗୀତ ଚାଲିଥିବ ସମୟରେ, କ୍ରିକେଟରଙ୍କ ବାପା ଶ୍ରୀନିବାସ ମନ୍ଧାନା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଦମ୍ପତିଙ୍କ ବିବାହ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ପଲାଶଙ୍କର ଜଣେ କୋରିଓଗ୍ରାଫରଙ୍କ ସହ ସମ୍ପର୍କ ଥିଲା, ଯାହା ଫଳରେ ସେମାନଙ୍କ ବିବାହ ସ୍ଥଗିତ ରଖାଯାଇଥିଲା। ତଥାପି ଏହି ଘଟଣାରେ ପଲାଶ କିମ୍ବା ସ୍ମୃତି ଏପର୍ଯ୍ୟନ୍ତ ଏହି ଗୁଜବ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। କିନ୍ତୁ ବର୍ତ୍ତମାନ ବିବାହ କାହିଁକି କେଉଁ କାରଣରୁ ବାତିଲ୍ ହେଲା ଏନେଇ କେହି ବି ସୂଚନା ଦେଇନାହାନ୍ତି। Post navigation Barabati T20: ଭୁବନେଶ୍ବରରେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର Development Works Of Maa Tarini Temple: ଘଟଗାଁ ତାରିଣୀ ପୀଠ ପାଇଁ ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ