କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସୋମନାହଲ୍ଲୀ ମଲ୍ଲୈୟା କ୍ରିଷ୍ଣାଙ୍କ ପରଲୋକ। ରାତି ପ୍ରାୟ ସାଢ଼େ ୨ଟାରେ ବେଙ୍ଗାଲୁରୁର ସଦାଶିବନଗରସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି। ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ରହିବା ସହ ମହାରାଷ୍ଟ୍ରର ରାଜ୍ୟପାଳ ଓ ବୈଦେଶିକ ମନ୍ତ୍ରୀ ମଧ୍ୟ ଥିଲେ । ଏସଏମ କ୍ରିଷ୍ଣା ନିକଟରେ ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।

ଅନ୍ୟପଟେ ଏସ୍‌ଏମ୍ କ୍ରିଷ୍ଣାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, ଏସ୍‌ଏମ୍‌ କ୍ରିଷ୍ଣା ଜୀ ଜଣେ ଉଲ୍ଲେଖନୀୟ ନେତା ଥିଲେ, ଯାହାଙ୍କୁ ସବୁ ବର୍ଗର ଲୋକ ପ୍ରଶଂସା କରୁଥିଲେ। ଅନ୍ୟମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସେ ସର୍ବଦା ଅକ୍ଳାନ୍ତ ପରିଶ୍ରମ କରୁଥିଲେ। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ, ବିଶେଷ କରି ଭିତ୍ତିଭୂମି ବିକାଶ ଉପରେ ତାଙ୍କର ଧ୍ୟାନ ପାଇଁ ତାଙ୍କୁ ସ୍ନେହର ସହ ସ୍ମରଣ କରାଯାଏ।

Leave a Reply

Your email address will not be published. Required fields are marked *