ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଜୁନ ୪ ତାରିଖ ସକାଳୁ ୫ ତାରିଖ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଶୀତଳ ଷଷ୍ଠୀ ପାଇଁ ନୀତି ନିର୍ଘଣ୍ଟ ସ୍ଥିର କରିଛି ମନ୍ଦିର ପ୍ରଶାସନ । ଯାତ୍ରାକୁ ଶୃଙ୍ଖଳିତ ଓ ଯଥା ରୀତି ନୀତି ସହ ସମାପନ କରିବା ପାଇଁ ମନ୍ଦିର ପ୍ରଶାସକ ବିଭିନ୍ନ ନିଯୋଗ ସହ ଏକ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଶୀତଳତାର ସଂକେତ ବହନ କରୁଥିବା ଶିବ ପାର୍ବତୀଙ୍କ ବିବାହ ଉତ୍ସବକୁ ‘ଶୀତଳ ଷଷ୍ଠୀ କୁହାଯାଏ। ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପରିସମାପ୍ତି ପରେ ପରେ ଶୀତଳ ଷଷ୍ଠୀ ବେଳକୁ ମେଘମହ୍ଲାର ଆକାଶର ଅପରୂପ ସୌନ୍ଦର୍ଯ୍ୟ ସାଙ୍ଗକୁ ଧରାପୃଷ୍ଠ ଶୀତଳ ପରିବେଶ ସୃଷ୍ଟି କରିଥାଏ। ନୀତି ନିର୍ଘଣ୍ଟ ଅନୁଯାୟୀ ୩୦ ତାରିଖ ରାତି ୧୨ଟା ୫୦ରୁ ୩ଟା ମଧ୍ୟରେ ପଡ଼ିବ ହସ୍ତଗଣ୍ଠି। ଠାକୁର ରାତି ୧୦ଟା ୪୦ରୁ ୧୧.୩୦ ମଧ୍ୟରେ ବିମାନରେ ବିଜେ କରିବେ। ବିମାନରେ ବିଜେ କରି କେଦାରଗୌରୀ ମନ୍ଦିରରେ ପହଞ୍ଚିବେ। ରାତି ୧୨.୫୦ରୁ ୩ଟା ମଧ୍ୟରେ ହସ୍ତଗଣ୍ଠି ପଡ଼ିବ। ପଅରଦିନ ମନ୍ଦିର ଫେରିବେ ୩୧ ତାରିଖ ରାତି ୯.୩୦ରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି। Post navigation ଅନୁଜ କୁମାର ଦାସ ପଟ୍ଟନାୟକ ହେଲେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ପାକିସ୍ତାନ ପାଇଁ ଆକାଶ ସୀମା କଟକଣା ଆଉ ମାସେ ବଢ଼ାଇଲା ଭାରତ