୪ ଟନ୍ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାର ଛାନଭିନ୍ । ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଏସଆଇଟି ଗଠନ କରାଯାଇଛି। ଟିମ୍ରେ ୪ ଜଣ ସଦସ୍ୟ ରହିଛନ୍ତି । ବିସ୍ଫୋରକ କୁଆଡ଼େ ଗଲା, କେଉଁଠି ଅଛି, ତାର ତଦନ୍ତ ପାଇଁ ଏସଆଇଟି ଗଠନ ହୋଇଛି । ବିସ୍ଫୋରକ ଗୋଦାମ ମାଲିକ ଏବଂ ବିସ୍ଫୋରକ ନେଇ ଯାଉଥିବା ଟ୍ରକ୍ ଡ୍ରାଇଭରଙ୍କୁ ମଧ୍ୟ ସ୍ବତନ୍ତ୍ର ଭାବେ ପଚରାଉଚରା କରୁଛି ଟିମ୍ । ବିସ୍ଫୋରକ ଲୁଟ୍ ଘଟଣାରେ ଏନଆଇଏ ଟିମ ମଧ୍ୟ ଛାନବିନ୍ ଆରମ୍ଭ କରିଛି। ମାଓ ସଂଗଠନ ଏହି ବିସ୍ଫୋରକ ନେଇଥିବା କୁହାଯାଉଛି। ଏହି ବିସ୍ଫୋରକ ବ୍ୟବହାର କରି ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ୱାଧୱାନି ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ଡଗ୍ ସ୍କ୍ବାଡ୍ର ଛାନଭିନ୍ ।ସ୍ଥାନୀୟ ଥାନା ଅଧିକାରୀଙ୍କ ସହ SDPO ଉପସ୍ଥିତ ରହିଛନ୍ତି । ବିସ୍ଫୋରକ ଠାବ କରିବାକୁ ଝାଡ଼ଖଣ୍ଡ-ଓଡ଼ିଶା ସୀମାକୁ ସିଲ୍ କରି ସରଣ୍ଡା ଜଙ୍ଗଲରେ ଚାଲିଛି ଜୋରଦାର କମ୍ବିଂ ଅପରେସନ । ପୋଲିସ୍ ଡିଜି ୱାଇବି ଖୁରାନିଆ ନିଜେ ଅପରେସନ୍ ର ତଦାରଖ କରୁଛନ୍ତି । ସୂଚନା ଯୋଗ୍ୟ; ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ଇତମାରୁ ୨୦୦ ପେଟି ବିସ୍ଫୋରକ ନେଇ ଏକ ଟ୍ରକ୍ କେ. ବଳଙ୍ଗା ଥାନା ଅନ୍ତର୍ଗତ ରେଲହାତୁର ବାଙ୍କୋ ଅଞ୍ଚଳକୁ ମଙ୍ଗଳବାର ଯାଉଥିଲା। ରେଲହାତୁ – ବାଙ୍କୋ ନିକଟରେ ଦୁର୍ବୃତ୍ତମାନେ ଟ୍ରକକୁ ଅଟକାଇ ବିସ୍ଫୋରକ ଲୁଟି ନେଇଥିଲେ Post navigation ଭିଜିଲାନ୍ସ ଜାଲରେ କୋଟିପତି ମୁଖ୍ୟ ଯନ୍ତ୍ରୀ; ବର୍ତ୍ତମାନ ସୁଦ୍ଧା ୨କୋଟି ନଗତ ଟଙ୍କା ଜବତ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ