ଭୁବନେଶ୍ବର, କଟକ ପରେ ଏବେ ରାଞ୍ଚିରେ ବାହାରିଲା ସିମ୍‌ ବକ୍ସ । ସିମ୍‌ ବକ୍ସକୁ ନେଇ ଅଧିକ ଖୋଳତାଡ଼ ଚାଲିଥିବା ବେଳେ ଆଜି ଝାଡଖଣ୍ଡରେ ତୃତୀୟ ସିମ୍‌‌ ବକ୍ସ ଠାବ କରିଛି କମିଶନରେଟ ପୁଲିସ । ଏହାପରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ରାଞ୍ଚିରେ କମିଶନରେଟ୍ ପୋଲିସ ପହଞ୍ଚଛି। ବିର୍ସାମୁଣ୍ଡା ଷ୍ଟାଡିୟମ ନିକଟରେ ଥିବା ଏକ ଘରେ ସିମ୍‌‌ ବକ୍ସ ଠାବ ହୋଇଥିବା ସୂଚନା।

ସୂଚନା ମୁତାବକ; ଭୁବନେଶ୍ୱର, କଟକରୁ ସିମ୍ ବକ୍ସ ମିଳିବା ପରେ ୫ ଦିନିଆ ପୁଲିସ ରିମାଣ୍ଡରେ ରହିଛି ରାଜୁ ମଣ୍ଡଳ। ଭୁବନେଶ୍ୱର ଓ କଟକରୁ ମୋଟ ୧୨ ଟି ସିମ୍ ବକ୍ସ ଜବତ କରିଛି ପୋଲିସ । ମାଷ୍ଟରମାଇଣ୍ଡ ଅସଦୂରକୁ ଧରିବାକୁ ଇଣ୍ଟରପୋଲ ସହାୟତା ନିଆଯାଇଛି। ଆତଙ୍କବାଦୀ ଲିଙ୍କ୍‌ ସନ୍ଦେହରେ ଭୁବନେଶ୍ବରରେ ଏନଆଇଏ ମଧ୍ୟ ପହଞ୍ଚିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *